fbpx

ଗ୍ରାହକଙ୍କୁ ବଡ଼ ଝଟକା! ସପ୍ତାହସାରା ବନ୍ଦ ରହିବ ବ୍ୟାଙ୍କ, RBIର ସୂଚନା

ନୂଆଦିଲ୍ଲୀ: ଅକ୍ଟୋବର ମାସ ଆରମ୍ଭ ସହ ପାର୍ବଣ ଋତୁ ଆରମ୍ଭ ହୋଇସାରିଛି । ଚଳିତ ମାସରେ ରାମନବମୀ, ଦଶହରା ଓ ଦୀପାବଳୀ ଭଳି ବଡ଼ ବଡ଼ ଉତ୍ସବ ଥିବା ବେଳେ ବ୍ୟାଙ୍କ ମଧ୍ୟ ଅନେକ ଦିନ ବନ୍ଦ ରହିବ । ଆଜିଠାରୁ ୭ ଦିନ ଧରି ଅନେକ ସହରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ତେଣୁ ଏଭଳି ପରିସ୍ଥିତିରେ କେଉଁ ସହରରେ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ, ତାହା ଆପଣଙ୍କର ଜାଣିବା ଉଚିତ୍ । ଏହାର ତାଲିକା ଆରବିଆଇ ପକ୍ଷରୁ ଜାରି କରାଯାଇଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହି ଛୁଟି ଲିଷ୍ଟକୁ ୩ଟି ବର୍ଗରେ ବିଭକ୍ତ କରିଛି । ଏଥିରେ ନୋଗୋସିଏବୁଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟ, ରିଅଲ ଟାଇମ୍ ଗ୍ରସ ସେଟଲମେଣ୍ଟ ହଲିଡେ ଓ ବ୍ୟାଙ୍କସ କ୍ଲୋଜିଂ ଅଫ୍ ଆକାଉଣ୍ଟସ ସାମିଲ ଅଛି । ଅର୍ଥାତ ରାଷ୍ଟ୍ରୀୟ ଛୁଟି ବ୍ୟତୀତ କିଛି ରାଜ୍ୟରେ ବିଶେଷ ଛୁଟି ରହିଛି । ସେଥିରେ ସମସ୍ତ ରବିବାର ସହିତ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି ।

୩ ଅକ୍ଟୋବର : ଦୁର୍ଗା ପୂଜା (ମହା ଅଷ୍ଟମୀ), ସିକିମ, ତ୍ରିପୁରା, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ମେଘାଳୟ, କେରଳ, ବିହାର ଏବଂ ମଣିପୁରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

୪ ଅକ୍ଟୋବର: ଦୁର୍ଗା ପୂଜା (ମହା ଅଷ୍ଟମୀ) କର୍ଣ୍ଣାଟକ, ଓଡିଶା, ସିକିମ, କେରଳ, ବଙ୍ଗଳା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ବିହାର, ଝାଡଖଣ୍ଡ ଏବଂ ମେଘାଳୟରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

୫ ଅକ୍ଟୋବର: ଦୁର୍ଗା ପୂଜା / ଦଶହରା (ବିଜୟା ଦଶମୀ) / ଶ୍ରୀମନ୍ତ ସଙ୍କର ଦେବଙ୍କ ଜନ୍ମ ଉତ୍ସୋବ । ମଣିପୁର ବ୍ୟତୀତ ସମଗ୍ର ଭାରତରେ ବ୍ୟାଙ୍କ ବନ୍ଦ ରହିବ ।

୬ ଅକ୍ଟୋବର: ଦୁର୍ଗା ପୂଜା (ଦଶମୀ) ସିକିମ ଗ୍ୟାଙ୍ଗଟୋକରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

୭ ଅକ୍ଟୋବର: ସିକିମର ଗ୍ୟାଙ୍ଗଟୋକରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

୮ ଅକ୍ଟୋବର: ଦ୍ୱିତୀୟ ଶନିବାର ।

୯ ଅକ୍ଟୋବର: ରବିବାର

Get real time updates directly on you device, subscribe now.