fbpx

ଏଣିକି ଏହି ନମ୍ବର ବିନା ଏଟିଏମରୁ ଉଠାଇପାରିବେନି କ୍ୟାସ୍: ନଜାଣିଥିଲେ ଅଟକି ଯିବ ଟଙ୍କା

ନୂଆଦିଲ୍ଲୀ: ଏସବିଆଇ ଗ୍ରାହକଙ୍କ ପାଇଁ ଆସିଛି ବଡ଼ ଖବର । ବ୍ୟାଙ୍କ ଏବେ ଏଟିଏମରୁ ଟଙ୍କା ଉଠାଇବାର ନିୟମରେ ପରିବର୍ତ୍ତନ କରିଛି । ଏବେ ଆପଣଙ୍କୁ ଏସବିଆଇର ଏଟିଏମରୁ ଟଙ୍କା ଉଠାଇବା ପାଇଁ ଏକ ସ୍ପେଶାଲ ନମ୍ବର ଦେବାକୁ ପଡିବ । ଯଦି ଆପଣ ଏହି ନମ୍ବର ନଦିଅନ୍ତି, ତେବେ ଆପଣଙ୍କ ଟଙ୍କା ଅଟକିଯିବ । ତେବେ ଏଟିଏମରୁ ଟ୍ରାଞ୍ଜାକ୍ସନକୁ ଅଧିକ ସୁରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଆସନ୍ତୁ ଜାଣିବା କ’ଣ ରହିଛି ନିୟମ…

ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହି ନିୟମ ଅନୁସାରେ ଗ୍ରାହକମାନେ ବିନା ଓଟିପିରେ ଟଙ୍କା ବାହାର କରିପାରିବେ ନାହିଁ । ଟଙ୍କା କାଢ଼ିବା ସମୟରେ ଗ୍ରାହକଙ୍କ ମୋବାଇଲ ଫୋନରେ ଏକ ଓଟିପି ଯିବ, ଯାହାକୁ ଦେବା ପରେ ହିଁ ଏଟିଏମରୁ ଟଙ୍କା ବାହାରିବ ।

ବ୍ୟାଙ୍କ ଟ୍ୱିଟ୍ କରି ଏହାର ସୂଚନା ଦେଇ କହିଛି ଯେ, ‘ଏସବିଆଇ ଏଟିଏମରେ କାରବାର ପାଇଁ ଆମର ଓଟିପି ଆଧାରିତ ନଗଦ ଟଙ୍କା ଉଠାଇବା ବ୍ୟବସ୍ଥା ଠକମାନଙ୍କ ବିରୋଧରେ ଟୀକାକରଣ । ଆପଣଙ୍କୁ ଠକାମିରୁ ରକ୍ଷା କରିବା ସର୍ବଦା ଆମର ସର୍ବୋଚ୍ଚ ପ୍ରାଥମିକତା ହେବ । ଓଟିପି ଆଧାରିତ ଟଙ୍କା ଉଠାଣ ବ୍ୟବସ୍ଥା କିପରି କାର୍ଯ୍ୟ କରିବ ସେ ବିଷୟକୁ ନେଇ ଏସବିଆଇ ଗ୍ରାହକମାନେ ସଚେତନ ହେବା ଉଚିତ୍ ।’

ତେବେ ଏହି ନିୟମ ୧୦,୦୦୦ ଓ ଏହାଠାରୁ ଅଧିକ ଟଙ୍କା ଉଠାଣ ଉପରେ ଲାଗୁ ହେବ । ବ୍ୟାଙ୍କ ଆକାଉଣ୍ଟରେ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ପଠାଯାଇଥିବା ଓଟିପି ଓ ଡେବିଟ୍ କାର୍ଡ ପିନ୍ ସହ ପ୍ରତିଥର ଆପଣ ୧୦,୦୦୦ ବା ଏଥିରୁ ଅଧିକ ଟଙ୍କା ବାହାର କରିବାର ଅନୁମତି ମିଳିବ ।

Get real time updates directly on you device, subscribe now.