fbpx

ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପ ଆଣିଲା ଗ୍ୟାରେଣ୍ଟି କାର୍ଡ଼

ନୂଆଦିଲ୍ଲୀ, ୧୯ା୧: ନୂଆଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍ ଆଣିଛି ଗ୍ୟାରେଣ୍ଟିକାର୍ଡ଼ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ୧୦ଟି ନିର୍ଭର ପ୍ରତିଶୃତି ଦେଇଛନ୍ତି । ସେ କହିଛନ୍ତି ସବୁ ଘରକୁ ୨୪ଘଣ୍ଟା ଯାକ ବିଦ୍ୟୁତ ଓ ପାଣି ମିଳିବ । ମାସିକ ୨୦୦ୟୁନିଟ ବିଜୁଳି ଓ ୨୦ ହଜାର ଲିଟର ପାଣି ମାଗଣା ମିଳିବ । ଏହାସହ ବସରେ ମାଗଣାରେ ମହିଳା ଓ ଛାତ୍ରଛାତ୍ରୀ ଯାତ୍ରା କରିବେ । ପ୍ରଦୂଷଣ ମୁକ୍ତ ଦିଲ୍ଲୀ ପାଇଁ ୨କୋଟି ବୃକ୍ଷରୋପଣ ଓ ଯମୁନା ସଫେଇ କରାଯିବ । ମହିଳାଙ୍କ ସୁରକ୍ଷା ପାଇଁ ସବୁ ଗଳିରେ ଆଲୋକ ଓ ସିସିଟିଭି ବ୍ୟବସ୍ଥା କରାଯିବ । ସମସ୍ତଙ୍କୁ ପକ୍କାଘର ଯୋଗାଣର ପ୍ରତିଶୃତି ଦେଇଛି ଆମ୍ ଆଦମି ପାର୍ଟି ।

Get real time updates directly on you device, subscribe now.