ଅବଦୁଙ୍କୁ ମିଳିଗଲା ୫ ଫୁଟ ଉଚ୍ଚତାର ଜୀବନସାଥୀ, କହିଲେ ପ୍ରଥମ ଦେଖାରେ କିପରି ହେଲା ପ୍ରେମ

ଓଡ଼ିଶା ଭାସ୍କର: ବିଶ୍ୱ ପ୍ରସିଦ୍ଧ ଗାୟକ ତଥା ବିଗ୍ ବସ୍ ଫେମ୍ ଅବଦୁ ରୋଜିକ୍ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଏ ନେଇ ସେ ଖୁବ୍ ଉତ୍ସାହିତ ହୋଇ ପଡିଛନ୍ତି । ଅବଦୁଙ୍କର ନିଜ ଲେଡି ଲଭ୍ ଅମୀରାଙ୍କ ସହ ନିର୍ବନ୍ଧ ହୋଇସାରିଛି । ସେ ପ୍ରେମିକାଙ୍କୁ ମୁଦି ପିନ୍ଧାଉଥିବା ନଜର ଆସିଛନ୍ତି । ସେ ଏବେ ତାଙ୍କ ଭାବି ପତ୍ନୀଙ୍କ ଚେହେରା ସାମ୍ନାକୁ ଆଣି ନାହାନ୍ତି । ତେବେ ଅବଦୁଙ୍କ ନିର୍ବନ୍ଧ ଫଟୋ ଦେଖି ଫ୍ୟାନ୍ସ ବହୁତ ଖୁସି ହୋଇପଡିଛନ୍ତି । ତେବେ କିଛି ଲୋକ କିନ୍ତୁ ଏହାକୁ ସତ ବୋଲି ଗ୍ରହଣ କରିପାରି ନାହାନ୍ତି । ଏହାକୁ ନେଇ ଅବଦୁ ଏକ ସାକ୍ଷାତକାରରେ କହିଛନ୍ତି, ମୋର ଉଚ୍ଚତା କମ୍ ହୋଇଥିବାରୁ ସମସ୍ତେ ଲୋକମାନଙ୍କୁ ଏହା ଗ୍ରହଣ କରିବାକୁ ସମସ୍ୟା ହେଉଛି କି ମୋତେ କିପରି ଏତେ ଅଧିକ ଉଚ୍ଚତା ବିଶିଷ୍ଟ ପ୍ରେମିକା ମିଳିଗଲା । ଅବଦୁ ୨୦ ବର୍ଷରୁ କମ୍ ବୟସରେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ମୁଁ ବହୁତ ଭାଗ୍ୟବାନ କି ମୋତେ ମୋ ଜୀବନସାଥୀ ମିଳିଯାଇଛି ।

ସେ କହିଛନ୍ତି ଏକ ଫୁଡ୍ ଜଏଣ୍ଟରେ ସେ ପ୍ରେମିକା ଅମୀରାଙ୍କୁ ଭେଟିଥିଲେ । ପ୍ରଥମ ଦେଖାରେ ସେ ତାଙ୍କୁ ପସନ୍ଦ କରିଥିଲେ । ତାଙ୍କ ଲମ୍ବା କେଶ ଓ ସୁନ୍ଦର ଆଖି ତାଙ୍କୁ ଆକର୍ଷଣ କରିଥିଲା । ପ୍ରାୟ ୪ ମାସ ହେବ ଏମାନେ ପରସ୍ପରକୁ ଜାଣିଛନ୍ତି । ଅମୀରା ବିଜନେସ୍ ଆଡମିନିଷ୍ଟ୍ରେସନର ଛାତ୍ରୀ । ସେ ହିଁ ତାଙ୍କ ପାଇଁ ଉପଯୁକ୍ତ ଜୀବନସାଥୀ ହୋଇପାରିବେ ବୋଲି ଅବଦୁ ଅନୁଭବ କରିଥିଲେ ।

ଅବଦୁ କହିଛନ୍ତି ଉଭୟଙ୍କ ମଧ୍ୟରେ ଉଚ୍ଚତାରେ ବହୁତ ଫରକ ରହିଛି । ତାଙ୍କ ଉଚ୍ଚତା ୩ ଫୁଟ ହୋଇଥିବା ବେଳେ ଅମୀରାଙ୍କ ଉଚ୍ଚତା ୫ ଫୁଟ ବୋଲି ସେ କହିଛନ୍ତି । ସେ ମୋ ଠାରୁ ଉଚ୍ଚତାରେ ବହୁତ ବଡ ହୋଇଥିଲେ ବି ଆମ ସଂପର୍କରେ ଏହା କେବେ ଏକ ଇସ୍ୟୁ ହୋଇନାହିଁ ବୋଲି ଅବଦୁ କହିଛନ୍ତି ।