ଅଭିଷେକଙ୍କୁ କେମିତି ନକରାତ୍ମକତାଠାରୁ ଦୂରେଇ ରଖନ୍ତି ଐଶ୍ୱର୍ଯ୍ୟା, ଅଭିନେତା ନିଜେ କଲେ ଖୁଲାସା

ଜାଣନ୍ତୁ ଅଭିଷେକ ବଚ୍ଚନଙ୍କୁ ତାଙ୍କ ସ୍ତ୍ରୀ କେମିତି ନକରାତ୍ମକତାଠାରୁ ଦରରେ ରଖନ୍ତି

ନୂଆଦିଲ୍ଲୀ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ଅନେକ ଦିନରୁ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ। ଏବେ ଐଶ୍ୱର୍ଯ୍ୟା ଫିଲ୍ନ କରୁନାହାନ୍ତି। କିନ୍ତୁ ଅଭିଷେକ ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା ନଜର ଆସିଛନ୍ତି।

Hollywood Reporter Indiaକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଅଭିଷେକ କହିଛନ୍ତି ଯେ, ନେଗେଟିଭିଟିଠାରୁ ଦୂରେଇ ରହିବା ପାଇଁ ତାଙ୍କୁ ଐଶ୍ୱର୍ଯ୍ୟା କେଉଁ ଟିପ୍ସ ଦେଇଛନ୍ତି।

ଅଭିଷେକ ଚାହାନ୍ତି ଲୋକେ ତାଙ୍କୁ ପସନ୍ଦ କରନ୍ତୁ: ଅଭିଷେକ କହିଛନ୍ତି ଯେ, ସେ ସମସ୍ତଙ୍କୁ ଖୁସି ରଖିବାକୁ ଚହାନ୍ତି ଏବଂ ଲୋକେ ତାଙ୍କୁ ପସନ୍ଦ କରନ୍ତୁ ବୋଲି ସେ ଚାହାନ୍ତି।

ତାଙ୍କୁ ପଚରାଯାଇଥିଲା ଯେ, ଏବେ ସେ କଣ ଚାହୁଛନ୍ତି? ଅଭିଷେକ କହିଛନ୍ତି ଯେ, ହଁ, ସମୟ ଶିଖାଏ, ବେଳେ ବେଳେ ଆମେ ମୂର୍ଖତା କରିବା ଆବଶ୍ୟକ। ଏତେ ପରଫେକ୍ଟ ହେବା କିଛି ଆବଶ୍ୟକତା ନାହିଁ।

ହେଲେ ମୁଁ ଏହା ଇଚ୍ଛା କେବେ ବି ଛାଡ଼ିବାକୁ ଚାହୁଁନି। ଯେଉଁଦିନ ମୁଁ ମାନିନେଲି କି ସମସ୍ତଙ୍କୁ ମୁଁ ଖୁସି କରିପାରିବି ନାହିଁ ଏବଂ ଯାହା ମୁଁ, ତାହା ମୁଁ।

ସେଇ ଦିନ ମୋ ଅଭିନୟ କୟାରିୟର ପାଇଁ ବିପଦପୂର୍ଣ୍ଣ ହେବ। ସେଇ ଭାବନାରେ ଘମଣ୍ଡ ହୋଇଥାଏ ଏବଂ ଏଥିରେ ମଣିଷ ଭିତରେ ସୁଧାରିବା ଇଚ୍ଛା ମରିଯାଏ।

ଐଶ୍ୱର୍ଯ୍ୟାଙ୍କ ପରାମର୍ଶ: ଅଭିଷେକ କହିଛନ୍ତି ଯେ, ସେ ଆଜି ବି ନେଗେଟିଭି କଥା ପଢନ୍ତି ଏବଂ ତାହା ଉପରେ ଧ୍ୟାନ ଦେଇଥାଆନ୍ତି। ଐଶ୍ୱର୍ଯ୍ୟା ସର୍ବଦା ତାଙ୍କୁ ବୁଝାନ୍ତି ଯେ, ଏଭଳି କଥାକୁ ଅଣଦେଖା କର।

ସେ କୁହନ୍ତି ଯେ, ଏହା ସବୁ ପାଣି ଭଳି, ନେଗେଟିଭ ଜିନିଷ ପରିବର୍ତ୍ତେ ପଜିଟିଭ କଥା ଉପରେ ଧ୍ୟାନ ଦିଅ, ଏହା ସବୁଠୁ ଅଧିକ ଆବଶ୍ୟକ।