fbpx

ଶେଷ ଲିଗ୍ ମ୍ୟାଚରେ ଅଭିଷେକ-କ୍ଲାସେନ କମାଲ: ପଞ୍ଜାବ ବିପକ୍ଷରେ ହାଇଦ୍ରାବାଦ ବିଜୟୀ

Advertisement

ନୂଆଦିଲ୍ଲୀ: ଚଳିତ ସିଜନର ଶେଷ ଲିଗ୍ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ । ପଞ୍ଜାବ ବିପକ୍ଷ ମ୍ୟାଚକୁ ୪ ୱିକେଟରେ ବିଜୟ ହାସଲ କରିଛି ଅରେଞ୍ଜ ଆର୍ମି । ଦଳର ଷ୍ଟାର ବ୍ୟାଟର ଅଭିଷେକ ଶର୍ମା ଏବଂ ହେନରିକ୍ କ୍ଲାସେନଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ପଞ୍ଜାବକୁ ଚକମା ଦେଇଛି SRH। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦେଇଥିବା ୨୧୫ ରନର ଲକ୍ଷ୍ୟକୁ ହାଇଦ୍ରାବାଦ ୬ ୱିକେଟ ହରାଇ ଶେଷ ଓଭରରେ ହାସଲ କରି ନେଇଛି । ଏହାସହିତ ୧୪ଟି ମ୍ୟାଚରୁ ୧୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି ହାଇଦ୍ରାବାଦ ।

ହାଇଦ୍ରାବାଦ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୨୧୫ ରନର ଲକ୍ଷ୍ୟ ଦେଇଥିଲା ପଞ୍ଜାବ କିଙ୍ଗସ । ଓପନର ପ୍ରଭସିମ୍ରନ ସିଂହ ଏବଂ ରିଲେ ରୁଷୋଙ୍କ ବିସ୍ଫୋରକ ଅର୍ଦ୍ଦଶତକ ବଳରେ ପଞ୍ଜାବ ହାଇଦ୍ରବାଦକୁ ଏହି ବିଶାଳ ଲକ୍ଷ୍ୟ ଦେଇଥିଲା । କିନ୍ତୁ ହାଇଦ୍ରାବାଦ ମ୍ୟାଚର ଶେଷ ଓଭରର ପ୍ରଥମ ବଲରେ ଏହି ଟାର୍ଗେଟ ହାସଲ କରି ବିଜୟ ହାସଲ କରିଛି । ହାଇଦ୍ରାବାଦ ପକ୍ଷରୁ ଓପନର ଅଭିଷେକ ଶର୍ମା ଏବଂ ହେନରିକ କ୍ଲାସେନ ଦମଦାର ବ୍ୟାଟିଂ କରି ଦଳକୁ ବିଜୟୀ କରାଇଛନ୍ତି । ଇନିଂସର ପ୍ରଥମ ବଲରେ ହିଁ ଦଳ ଷ୍ଟାର ଓପନର ଟ୍ରାଭିସ ହେଡଙ୍କ ୱିକେଟ ହରାଇଥିଲା । ଏହାପରେ ଅଭିଷେକ ମାତ୍ର ୨୮ ବଲରୁ ୫ଟି ଚୌକା ଏବଂ ୬ଟି ଛକା ସହ ୬୬ ରନର ବିସ୍ଫୋରକ ବ୍ୟାଟିଂ କରିଥିବା ବେଳେ ହେନରିକ କ୍ଲାସେନ ୨୬ ବଲରୁ ୩ଟି ଚୌକା ଏବଂ ୨ଟି ଛକା ସହିତ ୪୨ ରନ୍ ସଂଗ୍ରହ କରିଛନ୍ତି । ଏହାବ୍ୟତୀତ ରାହୁଲ ତ୍ରିପାଠୀ ୧୮ ବଲରୁ ୪ଟି ଚୌକା ଏବଂ ୨ଟି ଛକା ସହ ୩୩ ଏବଂ ନିତିଶ ରେଡ୍ଡୀ ୨୫ ବଲରୁ ଗୋଟିଏ ଚୌକା ଏବଂ ୩ଟି ଛକା ସହ ୩୭ ରନର ମୂଲ୍ୟବାନ୍ ଇନିଂସ ଖେଳିଛନ୍ତି ।

ମ୍ୟାଚର ଶେଷ ଓଭରରେ ହାଇଦ୍ରାବାଦ ୬ ୱିକେଟ ହରାଇ ବିଜୟୀ ରନ୍ ହାସଲ କରିବାରେ ସଫଳ ହୋଇଛି । ତେବେ ଏହି ବିଜୟ ସହ ହାଇଦ୍ରାବାଦ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଥିବା ବେଳେ ଆହୁରି ଅନେକ ମଧ୍ୟ ସୃଷ୍ଟି ହୋଇଛି । କୌଣସି ଟି-୨୦ ସିରିଜରେ ସର୍ବାଧିକ ଛକା ମାରିବା ତାଲିକାରେ ୧୬୦ ଛକା ସହ ହାଇଦ୍ରାବାଦ ବର୍ତ୍ତମାନ ଶୀର୍ଷ ସ୍ଥାନ ହାସଲ କରିଛି । ସେହିପରି ଅଭିଷେକ ଶର୍ମା ମଧ୍ୟ ଏହି ମ୍ୟାଚ ପରେ ସର୍ବାଧିକ ଛକା(୪୧) ତାଲିକାରେ ଶୀର୍ଷକୁ ପହଞ୍ଚିଛନ୍ତି । ଅନ୍ୟ ପକ୍ଷରେ କୌଣସି ସିଜନରେ ପଞ୍ଜାବ କିଙ୍ଗସ ପକ୍ଷରୁ ସର୍ବାଧିକ ୨୪ ୱିକେଟ ହାସଲ କରିବାରେ ଆଣ୍ଡ୍ରୁ୍ୟ ଟାଏଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ହର୍ଷଲ ପଟେଲ ।

 

Get real time updates directly on you device, subscribe now.