fbpx

ସାଧାରଣ ଉପଭୋକ୍ତାଙ୍କୁ ଝଟକା! ମହଙ୍ଗା ହେଲା ଏସି, ଫ୍ରିଜ୍: ୧୦ % ବଢ଼ିବ ୱାସିଙ୍ଗ ମେସିନ ଦାମ୍

Advertisement

ନୂଆଦିଲ୍ଲୀ: ନୂଆ ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼ । କଞ୍ଚା ମାଲ ଏବଂ ପରିବହନ ଚାର୍ଜରେ ବୃଦ୍ଧି କାରଣରୁ ବଢ଼ିଛି ଏସି ଫ୍ରିଜ୍ ଭଳି ଘରୋଇ ଉପକରଣର ମୂଲ୍ୟ । ସେହିଭଳି ୱାସିଙ୍ଗ ମେସିନରେ ମଧ୍ୟ ଚଳିତ ମାସ କିମ୍ବା ମାର୍ଚ୍ଚ ୨୦୨୨ ମଧ୍ୟରେ ହୋଇପାରେ ୫ ରୁ ୧୦ % ବୃଦ୍ଧି । ପାନାସୋନିକ୍, ଏଲଜୀ, ହାୟର ଭଳି କମ୍ପାନୀ ପୂର୍ବରୁ ଦାମ ବଢ଼ାଇସାରିଥିବାବେଳେ ସୋନୀ, ହିତାଚୀ, ଗୋଦରେଜ ଏମାନଙ୍କର ଉପରକରଣର ଦାମ ମାର୍ଚ୍ଚ ମାସ ସୁଦ୍ଧା ବଢ଼ାଇପାରନ୍ତି ।

ଏନେଇ ହାୟର ଆପ୍ଲାଏନ୍ସ ଇଣ୍ଡିଆ ର ଅଧ୍ୟକ୍ଷ ସତୀଶ ଏନ ଏସ କହିଛନ୍ତି ଯେ ଦ୍ରବ୍ୟର ବଢ଼ୁଥିବା ଦାମ୍, ପରିବହନ ଖର୍ଚ୍ଚ ଏବଂ କଞ୍ଚାମାଲ ର ଦର ବଢ଼ୁଥିବାରୁ ଫ୍ରିଜ, ଏସି, ୱାସିଙ୍ଗ୍ ମେସିନ୍ ଶ୍ରେଣୀରେ ଉତ୍ପାଦନର କରୁଥିବା ଉପକରଣର ଦାମରେ ୩ରୁ ୫ ପ୍ରତିଶତ ବଢ଼ାଇବା ପାଇଁ ପଦକ୍ଷେପ ନେଇଛନ୍ତି । ସେହିଭଳି ଏଲଜୀ ତରଫରୁ ମଧ୍ୟ କଞ୍ଚା ମାଲ ଏବଂ ପରିବହନ ଖର୍ଚ୍ଚ ଉପରେ ବଢ଼ୁଥିବା ଦାମକୁ ନେଇ ଚିନ୍ତା ପ୍ରକାଶ କରିଛି ।

Get real time updates directly on you device, subscribe now.