fbpx

ଆମ୍ବୁଲାନ୍ସକୁ ଧକ୍କାଦେଲା ଗ୍ୟାସ୍ ଟ୍ୟାଙ୍କର: ୪ ମୃତ, ୪ ଗୁରୁତର

ଅନୁଗୁଳ, ୨୧ା୩ (ଓଡିଶା ଭାସ୍କର): ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଜରପଡ଼ା ଛକରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ୪ ଜଣ ଗୁରୁତର ହୋଇଛନ୍ତି । ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ସଙ୍କଟାପନ୍ନ ଅବସ୍ଥାରେ ୪ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସମ୍ବଲପୁରରୁ ଦୁଇଜଣ ରୋଗୀଙ୍କୁ ନେଇ ଆମ୍ବୁଲାନ୍ସ ଆସୁଥିଲା । ଏହି ସମୟରେ ଆମ୍ବୁଲାନ୍ସକୁ ଏକ ଗ୍ୟାସ୍ ଟ୍ୟାଙ୍କର ଧକ୍କା ଦେବା ଫଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ତେବେ ମୃତଦେହଗୁଡ଼ିକୁ ଜବତ କରାଯିବା ସହ ଟ୍ୟାଙ୍କର ଡ୍ରାଇଭରକୁ ଅଟକ ରଖାଯାଇଥିବା ଅନୁଗୁଳ ଏସପି ଜଗନମୋହନ ମୀନା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.