fbpx

ଲକ୍ଷ୍ମୀପୂଜା ଭସାଣି ସମୟରେ ଅଘଟଣ: କେନାଲରେ ଭାସିଯାଇ ୩ ନିଖୋଜ…

Advertisement

ଚୌଦ୍ୱାର: ଜଗତପୁର ପଟାମୁଣ୍ଡାଇ ନାଳରେ ଭାସିଯାଇ ୩ ଜଣ ନିଖୋଜ ଅଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରୀ ରହିଛି । ଏହି ଅପରେସନରେ ଓଡ୍ରାଫ୍ ଟିମ୍ , ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ ସାସମିଲ ଆଦି ଅଛନ୍ତି । ତେବେଏହି ୩ଜଣ ଗତକାଲି ରାତିରେ ଭାସିଯାଇଥିବା ସୂଚନା ମିଳିଛି । ଲକ୍ଷ୍ମୀପୂଜା ଭସାଣି ବେଳେ କେନାଲ କୂଳରେ ବସିଥିବା ବେଳେ ଏପରି ଅଘଟଣ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ଏହି କେନାଲ ଉପରେ ବସିଥିବା ୪ ଜଣଙ୍କ ମଧ୍ୟରୁ ହଠାତ୍ ଜଣେ କେନାଲ ତଳକୁ ଖସି ପଡିଥିଲେ । ଫଳରେ ତାକୁ ଉଦ୍ଧାର କରିବାକୁ ଯାଇ ଆଉ ୩ ଜଣ ମଧ୍ୟ କେନାଲରେ ପସିଥିଲେ । ଯାହାଦ୍ୱାରା ୩ ଜଣ ଭାସି ନିଖୋଜ ହୋଇଯାଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଆଉ ୩ ଜଣଙ୍କର ପତ୍ତା ମିଳିନାହିଁ ।

Get real time updates directly on you device, subscribe now.