fbpx
BJD SKY
BJD SKY

Post Office ର ଏହି ୬ ସ୍କିମରେ ଡବଲ ହେବ ଟଙ୍କା, ଜାଣନ୍ତୁ କେଉଁ ସ୍କିମରେ କେତେ ରହିଛି ସମୟ ଅବଧି?

BJD

ଯଦି ଆପଣ ନିବେଶ ସହ ଟଙ୍କା ଦୁଇଗୁଣା କରିବାକୁ ଚାହୁଛନ୍ତି ଏବଂ ଏଥିପାଇଁ କୌଣସି ସୁରକ୍ଷିତ ବିକଳ୍ପ ଚାହୁଛନ୍ତି । ତେବେ ପୋଷ୍ଟ ଅଫିସ୍ ତରଫରୁ ଅନେକ ଏଭଳି ଯୋଜନା ରହିଛି, ଯାହାଦ୍ୱାରା ଆପଣ ସହଜରେ କିଛି ବର୍ଷରେ ନିଜ ଟଙ୍କା ଡବଲ କରିପାରିବେ । ଯଦି ଆପଣ ବି ଆପଣଙ୍କ ଟଙ୍କା ଦ୍ୱିଗୁଣ କରିବାକୁ ଚାହୁଛନ୍ତି ତେବେ ଆମେ ଆମ ଆପଣଙ୍କୁ ଏଭଳି ଯୋଜନା ବିଷୟରେ କହିବୁ ।

୧. ପୋଷ୍ଟ ଅଫିସ୍ ଟାଇମ ଡିପୋଜିଟ୍: ଟଙ୍କା ଦ୍ୱିଗୁଣ କରିବା ପାଇଁ ପୋଷ୍ଟ ଅଫିସ୍ ଟାଇମ୍ ଡିପୋଜିଟ୍ ବେଷ୍ଟ ସ୍କିମ ଅଟେ । ଏଥିରେ ୧ ରୁ ୩ ବର୍ଷ ପର୍ଯ୍ୟନ୍ତ ଟାଇମ ଡିପୋଜିଟ୍ ଉପରେ ୫.୮ ପ୍ରତିଶତ ହାରରେ ସୁଧର ଫାଇଦା ମିଳିଥାଏ । ଏଥିରେ ନିବେଶ କରିବା ଉପରେ ଆପଣଙ୍କ ଟଙ୍କା ପ୍ରାୟ ୧୩ ବର୍ଷରେ ଦୁଇଗୁଣା ହୋଇଯିବ ।

୨. ପୋଷ୍ଟ ଅଫିସ ମାସିକ ଇନକମ୍ ସ୍କିମରେ ଟଙ୍କା ପ୍ରାୟ ୧୦.୯୧ ବର୍ଷରେ ଦୁଇଗୁଣା ହୋଇଥାଏ । ଏଥିରେ ଆପଣଙ୍କୁ ୬.୭ ପ୍ରତିଶତ ଦରରେ ସୁଧର ଫାଇଦା ମିଳିଥାଏ ।

୩. ପୋଷ୍ଟ ଅଫିସର ସିନିୟର ସିଟିଜେନ୍ ସେଭିଙ୍ଗ୍ସ ସ୍କିମରେ ପ୍ରାୟ ୯.୭୩ ବର୍ଷରେ ଟଙ୍କା ଦୁଇଗୁଣା ହୋଇଥାଏ । ଏଥିରେ ୭.୪ ପ୍ରତିଶତ ଦରରେ ସୁଧର ଫାଇଦା ମିଳିବ ।

୪. ପୋଷ୍ଟ ଅଫିସ୍ ସେଭିଙ୍ଗ୍ସ ଆକାଉଣ୍ଟରେ ଟଙ୍କା ଡବଲ ହେବା ପାଇଁ ପ୍ରାୟ ୧୮ ବର୍ଷ ସମୟ ଲାଗିଥାଏ । କହିରଖୁଛୁ ଯେ ଏହି ସ୍କିମରେ ସବୁଠୁ ଅଧିକ ସମୟ ଲାଗିଥାଏ । କାରଣ ଏଥିରେ ସୁଧ ଦର ମଧ୍ୟ କମ୍ ରହିଥାଏ । ଗ୍ରାହକଙ୍କୁ ଏହି ସମୟରେ ଏଥିରେ ୪ ପ୍ରତିଶତ ଦରରେ ସୁଧ ମିଳିଥାଏ ।

୫. ପୋଷ୍ଟ ଅଫିସ ରେକରିଙ୍ଗ ଡିପୋଜିଟରେ ଟଙ୍କା ଡବଲ ହେବା ପାଇଁ ପ୍ରାୟ ୧୨.୪୧ ବର୍ଷ ଲାଗିଥାଏ । ଏଥିରେ ଆପଣଙ୍କୁ ୫.୮ ପ୍ରତିଶତ ଦରରେ ସୁଧର ଫାଇଦା ମିଳିଥାଏ ।

୬. ପୋଷ୍ଟ ଅଫିସ୍ ନାସନାଲ ସେଭିଙ୍ଗ୍ସ ସାଟିଫିକେଟରେ ୬.୮ ପ୍ରତିଶତ ସୁଧ ମିଳୁଛି । ୫ ବର୍ଷର ଏହି ସେଭିଙ୍ଗ୍ସ ଯୋଜନାରେ ନିବେଶ ଉପରେ ପ୍ରାୟ ୧୦.୫୯ ବର୍ଷରେ ଟଙ୍କା ଡବଲ ହୋଇଥାଏ ।

 

Get real time updates directly on you device, subscribe now.