fbpx

ରାଜସ୍ଥାନରେ ଛାତ୍ରୀଙ୍କ ପାଠପଢ଼ା ପାଇଁ ୧୧ ଲକ୍ଷ ପଠାଇଲେ ବିଗ୍ ବି, ଲେଖିଲେ ଭାବପ୍ରବଣଭରା ଚିଠି…

ନୂଆଦିଲ୍ଲୀ: ଅଭିନୟ ତଥା ନିଜର ବ୍ୟକ୍ତିତ୍ୱକୁ ନେଇ ଖୁବ୍ ପରିଚିତ ବଲିଉଡର ଅଭିନେତା ଅମିତାଭ ବଚ୍ଚନ । ଆଉ ଏବେ ବିଗ୍ ବି ପୁଣି ଥରେ ଚର୍ଚ୍ଚାରେ । କାରଣ ଅମିତାଭ ବଚ୍ଚନ ରାଜସ୍ଥାନର ଛାତ୍ରୀମାନଙ୍କ ଶିକ୍ଷା ପାଇଁ ୧୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବିଗ ବି ଅମିତାଭ ବଚ୍ଚନ ୧୧ ଲକ୍ଷ ଟଙ୍କା ସହ ବୁଦୀ ଜିଲ୍ଲାର ଶିକ୍ଷକ ଶୋଭା କୱଁରଙ୍କୁ ଏକ ଭାବପ୍ରବଣଭରା ଚିଠି ଲେଖିଛନ୍ତି । ଶୋଭା କୱଁର ନିକଟରେ ଅମିତାଭ ବଚ୍ଚନଙ୍କ ବହୁଚର୍ଚ୍ଚିତ କାର୍ଯ୍ୟକ୍ରମ କନ ବନେଗା କରୋଡ଼ପତି(କେବିସି)ରେ ନଜର ଆସିଥିଲେ । ରାଜସ୍ଥାନ ବୁନ୍ଦୀ ଜିଲ୍ଲାର ଛୋଟ ଗ୍ରାମ ବରୁନ୍ଧନର ସରକାରୀ ସ୍କୁୂଲ ଶିକ୍ଷକ ଶୋଭା କୱଁର ଶୋ ରେ ମହାନାୟକ ଅମିତାଭ ବଚ୍ଚନଙ୍କୁ ନିଜ ସ୍କୁଲ ଏବଂ ସେଠାକାର ପିଲାଙ୍କ ଦୟନୀୟ ସ୍ଥିତି ବିଷୟରେ କହିଥିଲେ । ଏହାପରେ ଅମିତାଭ ବଚ୍ଚନ ବାଳିକାଙ୍କ ଶିକ୍ଷା ପାଇଁ ନିଜ ତରଫରୁ ୧୧ ଲକ୍ଷ ଟଙ୍କା ଚେକ୍ ପଠାଇଛନ୍ତି ।

ଏହା ସେ ଚେକ୍ ସହ ସେ ଏକ ଭାବପ୍ରବଣ ଭରା ଚିଠି ଲେଖିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ ଆପଣ ଆପଣଙ୍କ ପୂରା ଜୀବନ ସାଧନ ସୁବିଧା ଅଭାବରେ ମଧ୍ୟ ଅଶିକ୍ଷିତ ଥିବା ଦେଶର ଝିଅଙ୍କ ପାଠପଢ଼ା ପାଇଁ ସମର୍ପିତ କରିଛନ୍ତି । ଏହା ବହୁତ ପ୍ରଶଂସନୀୟ । ଏହି ନିଃସ୍ୱାର୍ଥପର ସେବା ପାଇଁ ମୁଁ ଆପଣଙ୍କ ସାମ୍ନାରେ ନତମସ୍ତକ । ଆପଣଙ୍କ ଏହି ସମର୍ପଣକୁ ପ୍ରଣାମ କରି ଏହି ପତ୍ର ସହ ଭେଟ ସ୍ୱରୂପ ଆପଣଙ୍କ ବିଦ୍ୟାଳୟ ନାମର କିଛି ଧନରାଶି ଦାନ କରୁଛନ୍ତି । ଏହାକୁ ସ୍ୱୀକାର କରନ୍ତୁ । ଆପଣ ସବୁବେଳେ ଆପଣଙ୍କ କାମରେ ସଫଳ ହୁଅନ୍ତୁ । ମୋର ପ୍ରାର୍ଥନା ଏବଂ ଶୁଭକାମନା ଆପଣଙ୍କ ସହ ରହିଛି ।

ଶୋଭା କୱଁର ୨୭ ସେପ୍ଟେମ୍ବରରେ କେବିସି ହଟସିଟ୍ ରେ ବସିଥିଲେ । ଏହି ସମୟରେ ସେ ତାଙ୍କର ସେ ଜିତିଥିବା ଧନରାଶିକୁ ପିଲାଙ୍କ ଶିକ୍ଷା ପାଇଁ ଖର୍ଚ୍ଚ କରିବାକୁ ଉଦ୍ଦେଶ୍ୟ ବିଷୟରେ କହିଥିଲେ । ଆଉ ବିଗ୍ ବି ତାଙ୍କର ଏହି ପ୍ରୟାସକୁ ସାଲ୍ୟୁଟ୍ କରିଥିଲେ । ସେପଟେ ଶୋଭା କହିଛନ୍ତି ଯେ ମହାନାୟକଙ୍କୁ ଭେଟି ମତେ ଖୁବ୍ ପ୍ରେରଣା ମିଳିଛି । ସେ କହିଛନ୍ତି ଯେ ଅମିତାଭ ବଚ୍ଚନଙ୍କ ଠାରୁ କାମ କରିବାର ପ୍ରେରଣା ମିଳିଛି । ତେବେ ସେହି ସମୟରେ ଅମିତାଭ ବଚ୍ଚନ ସାର୍ବଜନିକ ଭାବରେ କିଛି ଘୋଷଣା କରିନଥିଲେ । କିନ୍ତୁ ପରେ ଅମିତାଭ ବଚ୍ଚନ ଶୋଭାଙ୍କ ନିକଟକୁ ୧୧ ଲକ୍ଷର ଚେକ୍ ପଠାଇଥିଲେ ।

Get real time updates directly on you device, subscribe now.