ଆଠଗଡ଼: ଭୟଙ୍କର ଦୁର୍ଘଟଣା! ସ୍କୁଟିକୁ ସାମ୍ନାରୁ ପିଟିଲା ଟ୍ରକ, ଫଳରେ ସ୍କୁଟି ଚାଳକଙ୍କର ମୃତ୍ୟୁ। ଏହି ଘଟଣା ଦେଖିବାକୁ ମିଳିଛି ଆଠଗଡ଼ ଥାନା ଗୋପିନାଥପୁର ଛକ ନିକଟରେ।
ସ୍କୁଟି ଚଲେଇ ଯାଉଥିବା ସମୟରେ ସାମ୍ନାରୁ ଆସୁଥିବା ଏକ ଟ୍ରକ ସ୍କୁଟିଟିକୁ ଧକ୍କା ଦେଇଥିଲା। ଫଳରେ ସେହିଠାରେ ହିଁ ସ୍କୁଟି ଚାଳକଙ୍କର ମୃତ୍ୟୁ ହୋଇଯାଇଛି।
ଯାହାକୁ ନେଇ କ୍ଷତିପୂରଣ ଦାବିରେ ରାସ୍ତାରେ ଶବ ରଖି ସ୍ଥାନୀୟ ଲୋକେ ପ୍ରତିବାଦ କରୁଛନ୍ତି। ଏହି ଘଟଣା ଯୋଗୁଁ ଖୁଣ୍ଟୁଣି-ନରସିଂହପୁର ରାସ୍ତାର ଗୋପିନାଥପୁର ଛକରେ ମଧ୍ୟ ରାସ୍ତାରୋକ ହୋଇଛି।
ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କୁ ଅଟକ ରଖାଯାଇଥିବାବେଳେ SDPO, IIC ଏବଂ ତହସିଲଦାର ମଧ୍ୟ ଉପସ୍ଥିତ ଅଛନ୍ତି।