fbpx
BSKY
BJD MC SKY
BJD YOUTH SKY

ଦୁର୍ଘଟଣାରେ ଉଜୁଡ଼ିଲା ପରିବାର: ଘଟଣାସ୍ଥଳରେ ୩ ବର୍ଷର ଝିଅ ତ’ ମେଡିକାଲରେ ବାପା-ମା ମୃତ

ବଣାଇ(ଓଡ଼ିଶା ଭାସ୍କର): ଡିଭାଇଡରରେ ବାଇକ୍ ପିଟି ହେବା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । ବଣାଇ ଲହଙ୍ଗାପଡ଼ା ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ୩ ବର୍ଷ ଝିଅର ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଆଖି ବୁଜିଛନ୍ତି ବାପା-ମା । ଆଉ ଜଣେ ୭ ବର୍ଷର ଝିଅ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ତେବେ ଘଟଣାରେ ମୃତ୍ୟୁବରଣ କରିଥିବା ପରିବାର ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ମିଳିପାରି ନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.