fbpx

ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର ।

ମାଲକାନଗିରି ,7/2: ମାଲକାନଗିରି ଜିଲ୍ଲା ର ତରଲାକୋଟା ନିକଟରେ ମର୍ମତୁଦ ସଡକ ଦୁର୍ଘଟଣା । ଏହି ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର । ସୂଚନା ଅନୁଯାଇ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତରଗତ ତରଲାକୋଟା ଛକ ନିକଟରେ ଆଜି ସନ୍ଧ୍ୟାରେ ଏକ ଟ୍ରାକ୍ଟର ଓ ମୋଟରସାଇକେଲ ମୁହାମୁହି ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟନାରେ ଦୁଇଜଣ ମୋଟର ସାଇକେଲ ଆରୋହିଙ୍କ ମଧ୍ୟରୁ ଜଣେ ଘଟଣା ସ୍ଥଳରେ ହିଁ ମୃତ୍ୟ ବରଣ କରିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ । ଆହତ ବ୍ୟକ୍ତିଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରଯାଇଅଛି । ମୃତବ୍ୟକ୍ତି ଜଣଙ୍କ ସତ୍ୟନାରାୟଣ ନାଏକ (୫୫) ସେ ମାଲକାନଗିରି ପ୍ରଧାନୀଗୁଡାର ବୋଲି ଜଣାପଡିଥିବା ବେଳେ ବର୍ତମାନ ସୁଧା ଆହତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହି ।

Get real time updates directly on you device, subscribe now.