ଚକା ଫାଟି ରାସ୍ତାରେ ଓଲଟି ପଡ଼ିଲା ବସ୍, ଜଣେ ଯାତ୍ରୀ ମୃତ, ଏକାଧିକ ଆହତ
ବସ୍ ଓଲଟି ଜଣେ ଯାତ୍ରୀଙ୍କ ମୃତ୍ୟୁ, ଏକାଧିକ ଆହତ
ନବରଙ୍ଗପୁର: ଚକା ଫାଟିବାରୁ ରାସ୍ତାରେ ଓଲଟିଲା ବସ୍ । ବସ୍ ଓଲଟି ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଥିରେ ଏକାଧିକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାଟି ନବରଙ୍ଗପୁର ଥାନା ତାରା ଗାଁ ନିକଟରେ ଘଟିଛି ।
ବସ୍ରେ ଉମରକୋଟରୁ ୫୦ରୁ ଅଧିକ ଯାତ୍ରୀ ଜୟପୁର ଯାଉଥିଲେ । ଏହି ସମୟରେ ବଡ଼ ଦୁର୍ଘଟଣା ଘଟିଛି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।