fbpx

ସୁନାବେଶ ଦର୍ଶନ ପାଇଁ ଯିବାବେଳେ ଅଘଟଣ: ୧୬ ଆହତ, ୧୦ ଗୁରୁତର

ପିପିଲି: ସୁନାବେଶ ଦର୍ଶନ ଲାଗି ଯିବାବେଳେ ଏକ ଅଘଟଣ ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଥିବା ବେଳେ ୧୦ ଜଣ ଗୁରୁତର ଅଛନ୍ତି ବୋଲି ଜଣାପଡିଛି । ଗତକାଲି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଲାଗି ପୁରୀ ଯିବା ରାସ୍ତାରେ ଭିଡ ଜମିଥିଲା ।

ସୂଚନା ଅନୁଯାୟୀ, ପୁରୀ- ଭୁବନେଶ୍ୱର ଏନଏଚରେ ଏହି ଦୁର୍ଘଟଣା ଘଟିଥିଲା । ଗତକାଲି କାଳିଆ ସାଆନ୍ତଙ୍କର ସୁନାବେଶ ଦେଖିବା ଲାଗି ଏହି ରୋଡରେ ଅନେକ ଭିଡ଼ ହୋଇଥିଲା । ଏହି ସମୟରେ ବାଇକ ଓ କାର ମଧ୍ୟରେ ପୃଥକ ପୃଥକ ଭାବେ ଦୁର୍ଘଟଣା ଘଟିଥିଲା । ଗୁରୁତରଙ୍କୁ ପ୍ରଥମେ ସାକ୍ଷୀଗୋପାଳ ହସ୍ପିଟାଲ ନିଆଯାଇଥିବା ବେଳେ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

ଘଟଣାସ୍ଥଳରେ ଅମ୍ବୁଲାନ୍ସକୁ ଡକାଯାଇ ୧୬ ଜଣ ଆହତ ଏବଂ ୧୦ ଗୁରୁତରଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଲ୍ଲେଖନୀୟ ବାହୁଡା ଯାତ୍ରା ଦିନ ତ୍ରିପୁରାରେ ଏକ ବିରାଟ ବଡ଼ ଦୁର୍ଘଟଣା ଘଟିଥିଲା । ବିଦ୍ୟୁତ ତାର ଲାଗି ରଥରେ ନିଆଁ ଲାଗିଯାଇ ରଥ ଟାଣୁଥିବା ଲୋକ ଜଳିଯାଇଥିଲେ । ଏଥିରେ ଦୁଇ ଶିଶୁ ସମେତ ୬ ଜଣ ଝିବନ୍ତ ଦଗ୍ଧ ହେବା ସହ ୧୫ ଜଣ ଗୁରୁତର ଆହତ ହୋଇଥିଲେ ।

Get real time updates directly on you device, subscribe now.