fbpx

ଅଗଷ୍ଟ ୧୮ରୁ ଆରମ୍ଭ ACF ଓ ଫରେଷ୍ଟ ରେଞ୍ଜର ଲିଖିତ ପରୀକ୍ଷା: ଆନସର ବୁକରେ ସବଜେକ୍ଟ କୋଡ୍ ଲେଖିବାକୁ ପରାମର୍ଶ ଦେଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଗଷ୍ଟ ମାସ ୧୮ ତାରିଖରୁ ସହକାରୀ ବନ ସଂରକ୍ଷକ (ଏସିଏଫ) (ଗ୍ରୁପ-ଏ) (ଜେବି) ଓ ଫରେଷ୍ଟ ରେଞ୍ଜର (ଗ୍ରୁପ-ବି) ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଅଗଷ୍ଟ ୨୬ ତାରିଖ ତାରିଖକୁ ଛାଡ଼ି ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ । ରାଜ୍ୟର ୫ଟି ଜୋନ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଓ ସମ୍ବଲପୁରରେ ଏହି ପରୀକ୍ଷା ଆୟୋଜିତ ହେବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

କେଉଁ ଦିନ କେଉଁ ବିଷୟର ପରୀକ୍ଷା ହେବ ସେନେଇ ଓପିଏସସି ପକ୍ଷରୁ ସବିଶେଷ ବିବରଣୀ ଜାରି କରାଯାଇଛି । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସକାଳ ୯ରୁ ୧୨ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଦ୍ୱିପ୍ରହର ୨ଟାରୁ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିସହିତ ସମସ୍ତ ବିଷୟ / ପେପର ପାଇଁ ସବଜେକ୍ଟ କୋଡ୍ ଜାରି କରାଯାଇଛି । ନିଜ ନିଜର ଆନସର ବୁକରେ ସବଜେକ୍ଟ କୋଡ୍ ଲେଖିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି । ସମସ୍ତ ବିଷୟର ସବଜେଷ୍ଟ କୋଡର ଏକ ଲିଷ୍ଟ ୱେବସାଇଟରେ ଜାରି କରାଯାଇଛି । ପରୀକ୍ଷା ବାବଦରେ ଅପଡେଟ୍ ପାଇବାକୁ ନିୟମିତ ଭାବେ ୱେବସାଇଟ୍ ଚେକ କରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.