fbpx

(Video) ‘ପ୍ରଧାନମନ୍ତ୍ରୀଙ୍କୁ ଭେଟିବା କ’ଣ ଅପରାଧ..’ ଜାଣନ୍ତୁ ଏପରି କାହିଁକି କହିଲେ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ

ନୂଆଦିଲ୍ଲୀ: କଂଗ୍ରେସ ଦଳରେ ରହି କଂଗ୍ରେସର ନୀତିମାନ ଏବଂ ନିଷ୍ପତ୍ତିର ଆଲୋଚନା କରୁଥିବା କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା କଣ ଅପରାଧ? ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଭେଟି ଉତ୍ତରପ୍ରଦେଶର ସମ୍ଭଲରେ ୧୯ ଫେବୃଆରୀରେ ଆୟୋଜିତ ହେଉଥିବା ଶ୍ରୀ କଳ୍କି ଧାମର ଶିଳାନ୍ୟାସ ସମରୋହ ପାଇଁ ଆମନ୍ତ୍ରିତ କରିଛନ୍ତି ।

କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା କିଛି ଅପରାଧ ନୁହେଁ । ଶ୍ରୀ କଳ୍କି ଧାମର ଶିଳାନ୍ୟାସ ସମାରୋହ ପାଇଁ ନିମନ୍ତ୍ରଣ କରିବା କୌଣସି ଅପରାଧ ନୁହେଁ । ଯଦି ଏହା ଅପରାଧ ତେବେ ସେଥିପାଇଁ ସେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଲଗାତାର ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଏକ୍ସରେ କହିଛନ୍ତି ଯେ, ମୋତେ ୧୯ ଫେବୃଆରୀରେ ହେବାକୁ ଥିବା ଶ୍ରୀ କଳ୍କି ଧାମରେ ଶିଳାନ୍ୟାସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି । ଏହାକୁ ସ୍ୱିକାରୀ କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ହୃଦୟରୁ ଧନ୍ୟବାଦ । କଂଗ୍ରେସ ନେତାଙ୍କ ଏହି ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଆସ୍ତା ଏବଂ ଭକ୍ତି ସହ ଜଡିତ ଏହି ପବିତ୍ର ଅବସରରେ ସାମିଲ ହେବା ସୌଭାଗ୍ୟର କଥା । ନିମନ୍ତ୍ରଣ ପାଇଁ ଆଚାର୍ଯ୍ୟ ପ୍ରମୋଦଙ୍କୁ ହୃଦୟରୁ କୃତଜ୍ଞତା ।

Get real time updates directly on you device, subscribe now.