fbpx

ଆର୍ମି-ପୋଲିସ କଳିରେ କାର୍ଯ୍ୟାନୁଷ୍ଠାନ: ବଦଳିଲେ ଥାନାର ବଡ଼ ଅଫିସର ବାବୁ

ଭୁବନେଶ୍ୱର: ସେନା ଅଧିକାରୀ ଏବଂ ପୋଲିସ କଳି ମାମଲାରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭରତପୁର ଥାନାର ବଡ଼ ଅଫିସରମାନଙ୍କ ବଦଳି କରିଛନ୍ତି ପୋଲିସ କମିଶନର । ଥାନାର ଆଇଆଇସି ଦୀନକୃଷ୍ଣ ମିଶ୍ର ଏବଂ ମହିଳା ଏଏସଆଇ ସଲିଳମୟୀ ସାହୁଙ୍କୁ ମଧ୍ୟ ବଦଳି କରାଯାଇଥିବା ଜାଣିବାକୁ ମିଳିଛି । ଉଭୟ ଆଇଆଇସି ଏବଂ ଏଏସଆଇଙ୍କୁ ଡିସିପି ହେଡକ୍ୱାର୍ଟର୍ସରେ ନୂଆ ଦାୟିତ୍ୱ ମିଳିଛି । ଏହାବ୍ୟତୀତ କନଷ୍ଟେବଳ ବଳରାମ ହାଁସଦାଙ୍କୁ ମଧ୍ୟ ବଦଳି କରାଯାଇଛି । ଆର୍ମି ଏବଂ ପୋଲିସ ମଧ୍ୟରେ ହୋଇଥିବା ଏହି କଳି ମାମଲାରେ ନିରପେକ୍ଷ ତଦନ୍ତ କରିବା ପାଇଁ ଏହି ବଦଳି କରାଯାଇଥିବା ଜାଣିବାକୁ ମିଳିଛି । ସେନା ଅଧିକାରୀ ତଥା ଭରତପୁର ପୋଲିସ ଷ୍ଟେସନରେ ତାଙ୍କ ପ୍ରେମିକାଙ୍କ ଉପରେ ‘ଆକ୍ରମଣ’ ପାଇଁ ମାମଲା ରୁଜୁ ହୋଇଥିଲା। ଓଡିଶା ଡିଜିପି ନିର୍ଦ୍ଦେଶ ଅନୁଯାୟୀ କ୍ରାଇମବ୍ରାଞ୍ଚକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତତକ୍ଷଣାତ୍ ପ୍ରଭାବ ସହିତ ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଆଇଆଇସି ଭରତପୁର PS ଭାବରେ ପୋଷ୍ଟ କରାଯାଇଛି |

Get real time updates directly on you device, subscribe now.