fbpx

ପାଣ୍ଡିଆନଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ, ହେଲିକପ୍ଟର ବୁଲାକୁ ନେଇ ହେବ ତଦନ୍ତ: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହିରିଚନ୍ଦନ

ଭୁବନେଶ୍ୱର: ନୂତନ ସରକାରରେ ପୁଣି ଥରେ ଭିକେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ହେଉଛି । ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାକୁ ନେଇ ତଦନ୍ତ ହେବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହିରିଚନ୍ଦନ ବଡ଼ ବୟାନ ଦେଇଛନ୍ତି । ଜଣେ ସଚିବଙ୍କୁ ହେଲିକପ୍ଟରରେ ବୁଲିବାକୁ କିଏ ଅନୁମତି ଦେଲା ? ହେଲିପ୍ୟାଡ୍ ନିର୍ମାଣ ପାଇଁ କିଏ ନିର୍ଦ୍ଦେଶ ଦେଇଥିଲା ? ଖର୍ଚ୍ଚ କିପରି ହୋଇଛି ତାହା ତଦନ୍ତ ପରିସରଭୁକ୍ତ ହେବ ।

ରାଜ୍ୟର ପୂର୍ବତନ ସଚିବ ଭିକେ ପାଣ୍ଡିଆନଙ୍କୁ ନେଇ ବିଜେଡି ନେତା ସମ୍ବିତ ରାଉତରାୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି, ସେ ହେଲିକପ୍ଟରରେ ବୁଲି ଜନ ଶୁଣାଣି କରୁଥିଲେ । ମଠ ଓ ମନ୍ଦିରର ବିକାଶ ହୋଇଛି । ବିଜେପି ସରକାର ଆସିବା ପରେ ପିସି କାରବାର ବଢ଼ିଛି । ଯଦି ନବୀନ ସରକାର ଦୁର୍ନୀତିଗ୍ରସ୍ତ ଥିଲା ତେବେ ଏତେ ବର୍ଷ କିପରି ଶାସନ କରୁଥିଲା ?

୨୦୨୪ ନିର୍ବାଚନ ବେଳେ ଓ ତା ପୂର୍ବରୁ ବିଜେଡି ନେତା ଭି,କେ ପାଣ୍ଡିଆନ ଏକ ସରକାରୀ ହେଲିକପ୍ଟରରେ ବୋଲି ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା । ତାଙ୍କ ହେଲିପ୍ୟାଡ଼ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଯାଉଥିଲା ଏବଂ ସରକାରୀ ଖର୍ଚ୍ଚରେ ହେଲିପ୍ୟାଡ଼ ନିର୍ମାଣ କରାଯାଉଥିଲା । ପାଣ୍ଡିଆନ ପାଖାପାଖି ୪୦୦ ରୁ ୪୫୦ ଜାଗା ବୁଲିଛନ୍ତି । ହେଲିପ୍ୟାଡ଼ ନିର୍ମାଣ ଲାଗି ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇଛି, ସେ ବାବଦରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ । ତଦନ୍ତ କରାଯାଇ ଦଣ୍ଡବିଧାନ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

 

Get real time updates directly on you device, subscribe now.