‘ଚାଷୀଙ୍କୁ ହଇରାଣ କଲେ କାର୍ଯ୍ୟାନୁଷ୍ଠାନ ହେବ’, ମିଲରଙ୍କୁ ଚେତାବନୀ ଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

ମିଲରମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଚାଷୀମାନଙ୍କୁ ମିଲରମାନେ ହଇରାଣ କରନ୍ତୁ ନାହିଁ।

ଭୁବନେଶ୍ୱର: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମିଲରମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି ଯେ, ମିଲରମାନେ ଚାଷୀଙ୍କୁ ହଇରାଣ କରନ୍ତୁ ନାହିଁ। ଯେଉଁମାନେ ଏ ନୀତି ଆପଣେଇବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେ ଆହୁରି କହିଛନ୍ତି ଯେ, ଯେଉଁ ମିଲରମାନେ ଅଧ୍ଖଳ କଟନି ଛଟନି କରୁଛନ୍ତି, ଏବଂ କଥା ମାନୁ ନାହାନ୍ତି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ଯେଉଁ ମିଲରମାନେ ସରକାରଙ୍କ ନିୟମ ନ ମାନିବେ ଏବଂ ପୁରୁଣା ନୀତିରେ ଚାଲିବେ, ସେମାନଙ୍କୁ ବରଦାସ୍ତ କରାଯିବ ନାହିଁ। ନୂଆ ସରକାର ନୂଆ ନୀତିରେ ଚାଲିବ। ଚାଷୀଙ୍କୁ ହଇରାଣ କଲେ କାର୍ଯ୍ୟାନୁଷ୍ଠାନ ହେବ।