fbpx

ଯେଉଁମାନଙ୍କ ପାଖରେ ଦୁଇରୁ ଅଧିକ ବନ୍ଧୁକ ଥିବ ସେମାନେ ୯୦ ଦିନ ଭିତରେ ଫେରାଇବେ, ନିର୍ଦ୍ଦେଶନାମା ଜାରିକଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଏଣିକୁ ଦୁଇରୁ ଅଧିକ ବନ୍ଧୁକ ପାଖରେ କେହି ରଖିପାରିବେ ନାହିଁ । ନିୟମ ନ ମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନିୟମ ଲାଗୁ ହେବା ଫଳରେ ଏଣିକି ରାଇଫଲ ଆସୋସିଏସନ ଓ କ୍ଲବ ଅଡ଼ୁଆରେ ପଡ଼ିବେ । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯୫୯ ମସିହା ଆର୍ମସ ଆକ୍ଟ ଧାରା-୩କୁ ୨୦୧୯ରେ ପରିବର୍ତ୍ତନ କରାଯାଇଛି । ଏହି ନିର୍ଦ୍ଦେଶନାମା ଆସିବା ପରେ କମିଶନରେଟ ପୋଲିସ ଏନେଇ କଡ଼ା ପଦକ୍ଷେପ ଗ୍ରହଣ କରିଛି । ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ରାଇଫଲ ଆସୋସିଏସନ ଓ କ୍ଲବମାନଙ୍କୁ ଥାନାରେ ବନ୍ଧୁକ ଫେରାଇବାକୁ କୁହାଯାଇଛି । ୯୦ ଦିନ ମଧ୍ୟରେ ନ ଫେରାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ । ବନ୍ଧୁକର ଅପବ୍ୟବହାର କଲେ ଲାଇସେନ୍ସ ବାତିଲ୍ କରାଯିବ ।

ତେବେ ଯେଉଁମାନେ ଦୁଇରୁ ଅଧିକ ରାଇଫଲ ଲାଇସେନ୍ସ ନେଇଥିଲେ, ସେମାନେ ତା’ର ଅପବ୍ୟହାର କରୁଥିବା ଜଣାପଡ଼ିଥିଲା । ରାଇଫଲ ଆସୋସିଏସନର ସଦସ୍ୟମାନେ କ୍ଲବରେ ଆସି ଗୁଳି ଚାଳନା ଅଭ୍ୟାସ କରିବା ନେଇ ନିୟମ ଉଲ୍ଲଂଘନ କରୁଥିଲେ । କିଛି ବ୍ୟକ୍ତି ମନଇଛା ରାଇଫଲ ଘରକୁ ନେଇ ଅନ୍ୟମାନଙ୍କୁ ଡରାଇବାରେ ବ୍ୟବହାର କରୁଥିଲେ । ବଡ଼ ବଡ଼ ସହରରୁ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.