fbpx
BSKY
BJD MC SKY
BJD MS SKY

(Video)ମାଡ଼ ମାରି କ୍ଷମା ମାଗିଲେ ଅଭିନେତା ନାନା ପାଟେକର, ଶୁଣନ୍ତୁ ସେ କ’ଣ କହୁଛନ୍ତି

ଓଡିଶା ଭାସ୍କର; ଫ୍ୟାନ୍‌ଙ୍କୁ ମାଡ଼ ମାରି କ୍ଷମା ମାଗିଲେ ଅଭିନେତା ନାନା ପାଟେକର । ଏହି ବିବାଦୀୟ ଘଟଣାକୁ ନେଇ ନାନା ସଫେଇ ରଖିବା ସହ ଘଟଣା ସମ୍ପର୍କରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ଏଠାରେ କହି ରଖୁଛୁ ଯେ, ନିକଟରେ ନାନାଙ୍କ ଏକ ଭିିଡିଓ ବେଶ ଭାଇରାଲ ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଥିଲା କି ଜଣେ ଫ୍ୟାନ୍‌ ତାଙ୍କ ସହ ସେଲଫି ନେବାକୁ ଆସିଥିଲେ । ଏହି ସମୟରେ ସେଲଫି ନେଉଥିବା ଫ୍ୟାନ୍‌ଙ୍କୁ ସେ ରାଗିକି ଥାପ୍ପଡ ମାରିଥିଲେ । ନାନା ଥାପ୍ପଡ ମାରିବା ପରେ ସେଠାରେ ଥିବା ଅନ୍ୟ କର୍ମଚାରୀମାନେ ଉକ୍ତ ଫ୍ୟାନ୍‌ଙ୍କ ବେକକୁ ଧରି ତାଙ୍କୁ ସେଠାରୁ ବାହାର କରି ଦେଇଥିଲେ ।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ନାନାଙ୍କର ଏପରି ଆଚରଣ ସମସ୍ତ ଫ୍ୟାନ୍ସଙ୍କୁ ବିଚଳିତ କରିଥିଲା । ଯାହାକୁ ନେଇ ସେ ବିବାଦ ଘେରକୁ ଆସିଥିଲେ । ଏହା ପରେ ଉକ୍ତ ଘଟଣାକୁ ନେଇ ନାନା ମୁହଁ ଖୋଲିବା ସହ ସଫେଇ ରଖିଛନ୍ତି । ଯାହା ଘଟିଛି ତାହା ଅଜାଣତରେ ଘଟିଛି । ଫିଲ୍ମର ଏକ ଦୃଶ୍ୟର ସୁଟିଂ ଭାବି ସେ ଏଭଳି ବ୍ୟବହାର କରିଥିଲେ । ଯୁବକ ଜଣଙ୍କ କଳାକାର ନୁହଁନ୍ତି ବୋଲି ସେ ପରବର୍ତୀ ସମୟରେ ଜାଣିବାକୁ ପାଇଥିଲେ । ତେବେ ଯାହାବି ସେ କରିଛନ୍ତି ଏଥିପାଇଁ ଦୁଖିତ ଓ ମନୋଭାବନାକୁ ଆଘାତ ଦେଇଥିବାରୁ ନାନା ପାଟେକର କ୍ଷମା ମାଗିଛନ୍ତି ।

 

View this post on Instagram

 

A post shared by Nana Patekar (@iamnanapatekar)

Get real time updates directly on you device, subscribe now.