fbpx
BSKY SKY
BSKY SKY

୨୦ ବର୍ଷ ତଳର ପ୍ରତିଶୋଧ ନେବ ଭାରତ; ବିଶ୍ୱକପ ଫାଇନାଲରେ ପୁଣି ମୁହାଁମୁହିଁ ହେବେ ଇଣ୍ଡିଆ-ଅଷ୍ଟ୍ରେଲିଆ

BSKY

ନୂଆଦିଲ୍ଲୀ; ଆଇସିସି ODI ବିଶ୍ୱକପର ଫାଇନାଲରେ କେଉଁ ଦଳ ଭାରତୀୟ ଦଳକୁ ଭେଟିବ ତାହା ସ୍ଥିର ହୋଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକପାଖିଆ ବିଜୟ ହାସଲ କରିବା ପରେ ଭାରତ ଟାଇଟଲ ମୁକାବିଲାରେ ସ୍ଥାନ ହାସଲ କରିଛି। ସେହିପରି ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରି ଅଷ୍ଟ୍ରେଲିଆ ଦଳ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୧୯ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମର ଫାଇନାଲ ମ୍ୟାଚରେ ଇଣ୍ଡିଆ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ତେବେ ଭାରତ ଯେଉଁ ପ୍ରତିଶୋଧର ଅପେକ୍ଷାରେ ରହିଥିଲା ଶେଷରେ ଆଜି ସେହି ସମୟ ଆସି ପହଞ୍ଚିଛି ।

ଦୀର୍ଘ ୨୦ ବର୍ଷ ବ୍ୟବଧାନ ପରେ ପୁଣି ଫାଇନାଲ ମ୍ୟାଚରେ ଭାରତ ସହ ପ୍ରତିଯୋଗିତା କରିବାକୁ ଯାଉଛି କଙ୍ଗାରୁ ଦଳ । ୨୦୦୩ ମସିହାରେ ବିଶ୍ୱକପ ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଅଧିନାୟକ ରିକି ପଣ୍ଟିଙ୍ଗଙ୍କ ୧୪୦ ରନର ବିସ୍ଫୋରକ ଅପରାଜିତ ଇନିଂସ ଯୋଗୁଁ କଙ୍ଗାରୁ ଦଳ ୨ ୱିକେଟ୍ ହରାଇ ୩୫୯ ରନ୍ ସ୍କୋର କରିଥିଲା। ଶେଷରେ ଭାରତୀୟ ଦଳ ମାତ୍ର ୨୩୪ ରନ୍ ସଂଗ୍ରହ କରି ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଥିଲା । ତେବେ ଚଳିତ ବିଶ୍ୱକପ ୨୦୨୩ରେ ଭାରତୀୟ ଦଳ ଏକଦମ ଫର୍ମରେ ରହିଥିବା ବେଳେ ଏହା ଅଷ୍ଟ୍ରେଲିଆ ଉପରେ ଭାରି ପଡିପାରେ ବୋଲି କୁହାଯାଉଛି ।

 

Get real time updates directly on you device, subscribe now.