fbpx

ବିଶିଷ୍ଟ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ପରଲୋକ

କୋଲକାତା,୧୫।୧୧: ବିଶିଷ୍ଟ ବଙ୍ଗୀୟ ଅଭିନେତା ସୌମିତ୍ର ଚାଟାର୍ଜୀ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କୋଲକାତାର ଏକ ଡାକ୍ତରଖାନାରେ ଦିନ ୧୨ଟା ୧୫ ମିନିଟ୍‌ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ସମୟରେ ତାଙ୍କୁ ୮୫ ବର୍ଷ ହୋଇଥିଲା। ତାଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା।

ତେବେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଅକ୍ଟୋବର ୬ ତାରିଖରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିଲା। ତେବେ ତାଙ୍କ ଠାରେ ଅନ୍ୟାନ୍ୟ ସମସ୍ୟା ଦେଖାଯାଇଥିଲା ଓ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.