fbpx

(VIDEO) ଅଭିନେତ୍ରୀ ଆଥିୟା ଏବଂ କ୍ରିକେଟର କେ.ଏଲ.ରାହୁଲଙ୍କ ବିବାହରେ ଅଜବ ନିୟମ; ଅତିଥିମାନଙ୍କୁ ଫୋନ ମନା

ମୁମ୍ବାଇ: ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ଆଥିୟା ଶେଟ୍ଟୀ ତାଙ୍କର ଷ୍ଟାଇଲ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତେବେ ତାଙ୍କ ଚଳଚ୍ଚିତ୍ର କ୍ୟାରିଅରରୁ ସେ ଦୀର୍ଘ ସମୟ ବିରତି ନେବା ପରେ ବର୍ତ୍ତମାନ ପୁଣି ଥରେ ଲୋକ ଲୋଚନକୁ ।ସିଛନ୍ତି । ଏଥର କିନ୍ତୁ ତାଙ୍କ ଫିଲ୍ଂ କିମ୍ବା ଷ୍ଟାଇବଲ ପାଇଁ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଅଭିନେତ୍ରୀ ଆଥିୟା ବର୍ତ୍ତମାନ କ୍ରିକେଟର କେ.ଏଲ୍ ରାହୁଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଯାହାଫଳରେ ସୁନୀଲ ଶେଟ୍ଟୀଙ୍କ ବଙ୍ଗଳା ଖଣ୍ଡାଲାକୁ ଆଲୋକରେ ସାଜସଜ୍ଜା କରାଯାଇଛି।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେଏଲ ରାହୁଲ ଏବଂ ଆଥିୟା ଶେଟ୍ଟୀଙ୍କ ମହେନ୍ଦି ଆଜି ହୋଇଥିବା ବେଳେ ଉଭୟ ଆସନ୍ତାକାଲି ଅର୍ଥାତ୍ ଜାନୁୟାରୀ ୨୩ରେ ବିବାହ ବନ୍ଧନରେ ବାନ୍ଦି ବେବେ । ତେବେ ଏହି ବିଭିବାରେ କିଛି ପଲିସି ରହିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଏବଂ ଚକିତ କରିଛି । ତେବେ ଆଥିୟା ଏବଂ କେ.ଏଲ. ରାହୁଲଙ୍କ ବିବାହରେ ଆସୁଥିବା ଅତିଥିମାନଙ୍କ ପାଇଁ କିଛି ସର୍ତ୍ତାବାଳୀ ରହିଛି । ଯେଉଁଥିରେ କୌଣସି ଫୋନକୁ ଅନୁମତି ମିଳିନାହିଁ।

ଏତତ୍ ବ୍ୟତୀୟ ଉଭୟଙ୍କ ଏହି ବିବାହରେ କେବଳ ୨୦୦ ଅତିଥିଙ୍କୁ ନିମନ୍ତ୍ରଣ ରହିଛି । ଯେଉଁଥିରେ ଆଥିଆଙ୍କ ପକ୍ଷରୁ ୧୦୦ ଏବଂ କେ.ଏଲ୍ ରାହୁଲଙ୍କ ଠାରୁ ୧୦୦. ବିବାହରେ ଯୋଗଦେଉଥିବା ଲୋକଙ୍କୁ ଭିଡିଓ ଏବଂ ଫଟୋ ଉଠାଇବାକୁ ଅନୁମତି ଦିଆଯିବ ନାହିଁ। ଏପରିକି ସେମାନଙ୍କ ଫୋନ୍ ସମାରୋହ ପୂର୍ବରୁ ନିଆଯିବ ।

ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ବଙ୍ଗଳା ସମ୍ପୂର୍ଣ୍ଣ ଭାବେ ସଜାଯାଇଥିବାବେଳେ କେ.ଏଲ୍ ରାହୁଲଙ୍କ ଘରେ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଉଭୟଙ୍କ ଝଲକ ଦେଖିବାକୁ ଆଗ୍ରହୀ ରହିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଯେ ଦୁହେଁ ନିଜ ସ୍ୱତନ୍ତ୍ର ଦିନରେ ପ୍ରଶଂସକଙ୍କ ସାମ୍ନାରେ ଏକାଠି କେତେବେଳେ ନଜର ଆସିବେ।

Get real time updates directly on you device, subscribe now.