fbpx

(VIDEO) ଆକ୍ୱା ଗାର୍ଡ କମ୍ପାନୀ ଉପରେ ଚଢ଼ାଉ; ୯୦ ଲକ୍ଷ ଟଙ୍କାର ନକଲି ଆକ୍ୱା ଗାର୍ଡ ଓ ୟୁରେକା ଫୋବସ ମେସିନ ଜବତ

କଟକ: ସିଲଭର ସିଟି କଟକ ବର୍ତ୍ତମାନ ନକଲି କମ୍ପାନୀର ଗନ୍ତା ଘ୍ର ପାଲଟିଛି । ଫଳରେ ଅନେକ ସମୟରେ କଟକରୁ ନକଲି କମ୍ପାନୀ ଏବଂ ସାମଗ୍ରୀ ଜବତ ହେଉଛି । ତେହେ ପୂର୍ବରୁ ଏହିପରି ନକଲି ସାମଗ୍ରୀ ଜବତ ହୋଇଥିବା ବେଳେ ଆଜି କଟକ ବାଦାମ ବାଡ଼ି ଅଞ୍ଚଳରୁ ନକଲି ଜବତ ହେଲା ନକଲି ଆକ୍ୱା ଗାର୍ଡ ଓ ୟୁରେକା ଫୋବସ ମେସିନ୍ ଜବତ ହୋଇଛି । ଯହାର ଆନୁମାନିକ ମୂଲ୍ୟ ପ୍ରାୟ ୯୦ ଲକ୍ଷ ଟଙ୍କାରୁ ଅଧିକ ହେବ । ତେବେ ଗତକାଲି ଚଢାଉ କରାଯାଇଥିବା ବେଳେ ଆଜି ଗୋଦାମ ଉପରେ ଚଢାଉ କରି ବିପୁଳ ପରିମାଣର ନକଲି ମେସିନ୍ ଜବତ କରାଯାଇଛି । ଜୋନ୍ ୬ ଏସିପି ଅମରେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ବାଦାମ ବାଡ଼ି ଥାନା ଅଧିକାରୀ ଓ ମଧୁପାଟଣା ଥାନା ଅଧିକାରୀ ସମେତ ପୋଲିସ ଟିମ୍ ଏହି ଚଢାଉରେ ସାମିଲ ଥିଲେ । ଏହାସହ ପ୍ରକୃତ ଆକୱାଗାର୍ଡ କମ୍ପାନୀର ବରିଷ୍ଠ ଅଧିକାରୀ ମଧ୍ୟ ପହଞ୍ଚିଥିଲେ ।

ଗତକାଲି ମାର୍ଶାଘାଇ ଥାନା ପୋଲିସ ବାଦାମ ବାଡ଼ି ଥାନା ପୋଲିସର ସହାୟତା ରେ ଏହି ନକଲି ମେସିନ୍ ବିକ୍ରେତାଙ୍କ ଉପରେ ଚଢ଼ାଉ କରିବା ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ଏହାପରେ କଟକ କମିଶନରେଟ୍ ପୋଲିସ୍ ଆକ୍ସନ ମୋଡକୁ ଆସିଥିଲା । ଆଉ ଏହି ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୋଦାମ ଉପରେ ଚଢାଉ କରି ମେସିନ୍ ଗୁଡ଼ିକୁ ମଧ୍ୟ ଜବତ କରିଯାଇଛି । ଗୋଦାମ ମାଲିକମାନେ ଏହି ନକଲି ମେସିନ୍ ଓ ଯନ୍ତ୍ରାଂଶ ଗୁଡ଼ିକୁ ଦୋକାନୀ ମାନଙ୍କୁ କମ୍ ଟଙ୍କାରେ ଯୋଗାଇ ଦେଉଥିଲେ । ଯାହା ଫଳରେ ସୁରୁଖୁରୁରେ ବ୍ୟବସାୟ ଚାଲୁଥିଲା । ଏହି ନକଲି ମେସିନ୍ ଅସଲି ମେସିନ୍ ଭଳି କାର୍ଯ୍ୟ କରେନି । ଏହାର କୌଣସି ସୁରକ୍ଷା ଯାଞ୍ଚ ନହେବା ଯୋଗୁଁ କେମିକାଲ ପ୍ରତିକ୍ରିୟା ମଣିଷ ଶରୀର ଉପରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଥାଏ । ତେବେ ଆଗକୁ ଏହି ନକଲି ମେସିନ୍ ବ୍ୟବସାୟରେ କିଏ କିଏ ସଂପୃକ୍ତ ଅଛନ୍ତି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରହିଥିବା କଥା ଏସିପି କହିଛନ୍ତି ।

Get real time updates directly on you device, subscribe now.