fbpx

ପ୍ରେମରେ ଧୋକା: ଫାଶୀ ଲଗାଇ ଜୀବନ ହାରିଲେ ଅଭିନେତ୍ରୀ ବିଦିଶା

କୋଲକାତା: ସିନେମା ଜଗତରେ ଏବେ ଅନେକ ଅଭିନେତା ଏବଂ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ସାମନାକୁ ଆସୁଛି । ବିଭିନ୍ନ କାରଣକୁ ନେଇ ନିଜ ଜୀବନ ହାରି ଦେଉଛନ୍ତି ସେଲିବ୍ରିଟି ଷ୍ଟାର । ସେହିଭଳି ଆଉ ଏକ ଖବର ସାମନାକୁ ଆସିଛି ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିରୁ । ୨୧ ବର୍ଷୀୟ ବଙ୍ଗଳା ଅଭିନେତ୍ରୀ ବିଦିଶା ସେ ମଜୁମଦାର ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହି ଖବର ମିଳିବା ପରେ ସାରା ସିନେମା ଜଗତ ଏବଂ ଫ୍ୟାନ୍ସମାନଙ୍କୁ ଏକ ଶକ୍ତ ଧକ୍କା ଲାଗିଛି ।

Tragic! Now, 21-year-old Bengali actress Bidisha De Majumdar found dead at her apartment | Bangla Movie News - Times of India

ସୂଚନା ଅନୁଯାୟୀ, ଗତକାଲି ବିଦିଶା ତାଙ୍କ ଘରେ ଫ।।ୀ ଲଗାଇ ଆତ୍ମହତ୍ୟ କରିଥିବା ଜଣାଯାଇଛି । ତେବେ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଦିଶାଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ସେ ରହୁଥିବା ଭଡା ଘରେ ପୋଲିସକୁ ତାଙ୍କ ମୃତଦେହ ମିଳିଛି । ଭିତର ପଟୁ କବାଟ ବନ୍ଦ ଥିବାରୁ ଏହାକୁ ଭାଙ୍ଗି ରୁମରେ ପହଞ୍ଚିଥିଲା ପୋଲିସ । ଏହାପରେ ବିଦିଶାଙ୍କ ମୃତଦେହ ଜବତ କରି ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହିତ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଛି ପୋଲିସ ।

bengali actress Bidisha De Majumdar suicide Bidisha De Majumda Death | Bidisha De Majumdar Death: छोटी सी उम्र में इस एक्ट्रेस ने लगा ली फांसी, प्यार में मिला धोखा पड़ा जान पर

ତେବେ ବିଦିଶାଙ୍କ ଆତ୍ମହତ୍ୟାର କାରଣ ପ୍ରେମ ଏବଂ ପ୍ରତାରଣା ବୋଲି ତାଙ୍କ ସାଙ୍ଗମାନେ କହିଛନ୍ତି । ପ୍ରେମିକ ଅନୁଭବ ଯୋଗୁଁ ବିଦିଶା ଆତ୍ମହତ୍ୟା କରିଥିବା ଦାବି ଉଠିଛି । ଅନୁଭବର ୩ ଜଣ ଝିଅଙ୍କ ସହ ସମ୍ପର୍କ ରହିଥିଲା, ଯାହାକୁ ନେଇ ଡିପ୍ରେସନରେ ରହୁଥିଲେ ବିଦିଶା । ତେବେ ଅଭିନେତ୍ରୀ ଜଣକ କ୍ୟାନ୍ସରରେ ପୀଡିତ ଥିବା ସୁଇସାଇଡ ନୋଟରେ ଦର୍ଶାଯାଇଛି । ଘଟଣାର ସତ୍ୟାସତ୍ୟ ଖୋଜି ବାହାର କରିବା ପାଇଁ ମାମଲାର ଅଦିକ ତଦନ୍ତ ଜାରି ରଖିଛି ପୋଲିସ ।

Get real time updates directly on you device, subscribe now.