ଦିନେ ଥିଲେ ଚାକରାଣୀ, ଆଜି ହୋଇଛନ୍ତି କୋଟି କୋଟି ହୃଦୟର ରାଣୀ

ମୁମ୍ବାଇ: କିଙ୍ଗ ଖାନଙ୍କ ସହ କାମ କରି ବଲିଉଡ ଜଗତରେ ତେହେଲକା ଖେଳାଇଥିବା ଜଣେ ଏମିତି ଅଭିନେତ୍ରୀ ଅଛନ୍ତି ଯିଏ ଆଜି ଉଭୟ ଭାରତ ଓ ପାକିସ୍ତାନ ଇଣ୍ଡଷ୍ଟ୍ରୀରେ ରାଜ କରୁଛନ୍ତି । ଉଭୟ ଇଣ୍ଡଷ୍ଟ୍ରୀରେ ତାଙ୍କର ରହିଛନ୍ତି କୋଟି କୋଟି ଫ୍ୟାନ, ଫଲୋୟର୍ସ । ଆଜି ସେ ୧୭୦ କୋଟିର ମାଲିକାଣୀ । ହେଲେ ଏମିତି ଗୋଟିଏ ଦିନ ଥିଲା, ସେ ଚଳିବା ପାଇଁ ଦୋକାନରେ କରୁଥିଲେ କାମ । ଦୋକାନ ସଫା କରିବାଠୁ ଆରମ୍ଭ କରି ଆକାଣ୍ଟ୍ସ ବୁଝିବା, ସବୁ କରୁଥିଲେ । ତେବେ ଏହି ଅଭିନେତ୍ରୀ କିଏ ଜାଣନ୍ତି, କେମିତି ଦୋକାନର ଝାଡୁ କାମ ଛାଡି ଫିଲ୍ମ ଜଗତରେ ନିଜ ଜଲବା ଦେଖାଉଛନ୍ତି ।

ଏହି ଅଭିନେତ୍ରୀ ଆଉ କେହି ନୁହଁନ୍ତି, ରଇସରେ ସାହରୁଖଙ୍କ ଅପୋଜିଟରେ ଅଭିନୟ କରିଥିବା ମାହିରା ଖାନ । ରଇସର ହିରୋଇନ ପାଇଁ ନିର୍ମାତା ଏମିତି ଗୋଟିଏ ଚେହେରା ଚାହୁଁଥିଲେ, ଯିଏ ୧୯୮୦ ସମୟରେ ଲାଗୁଥିବେ ଓ ହିନ୍ଦୀ ତଥା ଉର୍ଦ୍ଦୁରେ ଭଲ କହିପାରୁଥିଲେ । ଏହି ସମୟରେ ସାହରୁଖଙ୍କ ଶାଶୂ ସବିତା ଛିବର ମାହିରାଙ୍କ ନାଁ ସୁପାରିଶ କରିଥିଲେ । ମାହିରାଙ୍କୁ ଅଡିଶନ ପାଇଁ ଡକାଗଲା ଓ ସେ ଏଥିରେ ସିଲେକ୍ଟ ହୋଇଗଲେ । ତା ପରେ ଆଉ ପଛକୁ ଚାହିଁ ନାହାନ୍ତି ମାହିରା । ଏବେ ଉଭୟ ହିନ୍ଦୀ ଓ ଉର୍ଦ୍ଦୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାରେ ଅଛନ୍ତି ।

ମାହିରାଙ୍କୁ ସାହରୁଖଙ୍କ ଶାଶୂଙ୍କ ଏହି ଆବିଷ୍କାର କାର୍ଲିଫର୍ନିଆରେ ପଢୁଥିଲେ । ନିଜ ଖର୍ଚ୍ଚ ପାଇଁ ସେଠି ସେ ଏକ ପାର୍ଟ ଟାଇମ ଜବ ମଧ୍ୟ କରୁଥିଲେ । ସେ ସେଠାରେ ଏକ ଦୋକାନରେ ଝାଡୁ ପୋଛାଠାରୁ ଆରମ୍ଭ କରି ସବୁ କାମ କରୁଥିଲେ । ହେଲେ ଭାଗ୍ୟଦେବୀ ପ୍ରସନ୍ନ ହେଲେ । ଆଜି ସେ କୋଟି କୋଟି ଟଙ୍କାର ମାଲିକାଣୀ ହେବା ସହ କୋଟି କୋଟିଙ୍କ ହୃଦୟର ରାଣୀ ।