fbpx

ଇଣ୍ଡିଆନ୍ ଆଇଡଲ୍ ମଞ୍ଚରେ ତାଜା ହେଲା ରେଖା-ଅମିତାଭଙ୍କ ପ୍ରେମ କାହାଣୀ

ମୁମ୍ବାଇ, ୫ା୪ (ଓଡିଶା ଭାସ୍କର) : ବଲିଉଡର ଏଭରଗ୍ରୀନ ବିୟୁଟି ରେଖା, ବିଗ୍ ବି ଅମିତାଭ ବଚ୍ଚନଙ୍କ ସହ ପୁରୁଣା ଦିନର ସ୍ମୃତି ମନେ ପକାଇ ଭାବ ବିହ୍ୱଳ ହୋଇ ପଡିଛନ୍ତି । ନିକଟରେ ଅର୍ଥାତ୍ ଚଳିତ ସପ୍ତାହ ସୋନି ଟିଭିରେ ପ୍ରସାରିତ ହୋଇଥିବା ଇଣ୍ଡିଆଲ ଆଇଡଲ୍‌-୧୨ରେ ବଲିଉଡ୍ ସୁନ୍ଦରୀ ରେଖା ଅତିଥି ଭାବରେ ପହଞ୍ଚିଥିଲେ । ସେଠାରେ ସେ ସମସ୍ତ କଣ୍ଟେଷ୍ଟେଣ୍ଟ ମାନଙ୍କ ସହ ଖୁବ୍ ମଜା ମସ୍ତି କରିଥିଲେ । ଏଥିସହିତ ନିଜ ଫିଲ୍ମର କିଛି ଗୀତ ମଧ୍ୟ ଗାଇଥିଲେ ଏବଂ ଡାନ୍ସ ମଧ୍ୟ କରିଥିଲେ । ଖାଲି ସେତିକି ନୁହେଁ ରେଖା କଣ୍ଟେଷ୍ଟେଣ୍ଟ ମାନଙ୍କ ଗୀତରେ ଖୁସି ହୋଇ ସେମାନଙ୍କୁ ସଗୁନ୍ ଦେଇଥିଲେ ।

ସୋ’ରେ ସୁନ୍ଦରୀ ରେଖା “ମୁକନ୍ଦର କା ସିକନ୍ଦର୍‌’ ଫିଲ୍ମର ଗୀତ ଗାଇଥିଲେ । ଯେଉଁଥିରେ କଣ୍ଟେଷ୍ଟେଣ୍ଟ ମାନେ ମଧ୍ୟ ତାଙ୍କ ସହ ସାଥି ହୋଇ ଗୀତକୁ ପରିବେଷଣ କରିଥିଲେ । ହେଲେ ଏହି ଗୀତ ଟି ଗାଇବା ସମୟରେ ସେ ଇମୋସନାଲ୍ ହୋଇ କାନ୍ଦି ପକାଇଥିଲେ । ତେବେ ଏହି ଫିଲ୍ମରେ ରେଖା ଏବଂ ଅମିତାଭଙ୍କ ଯୋଡିକୁ ଦେଖିବାକୁ ମିଳିଥିଲା । ସେତେବେଳେ ରେଖା ଓ ଅମିତାଭଙ୍କ ପ୍ରେମ କାହାଣୀ କାହାକୁ ମଧ୍ୟ ଅଛପା ନାହିଁ । ଅଶୀ ଦଶକରେ ଦୁହିଁଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଥିଲା । ଆଉ ଏହି ସୋ ରେ ଜଣେ କଣ୍ଟେଷ୍ଟେଣ୍ଟ ଯେତେବେଳେ ଚର୍ଚ୍ଚିତ ହୋଲି ଗୀତ “ରଙ୍ଗ ବରଷେ’ ଗାଇଥିଲେ ତାପରେ ରେଖା ତାଙ୍କୁ “ଲମ୍ବି ଜୁଦାୟି’ ଗୀତଟିକୁ ଗାଇବାକୁ ଅନୁରୋଧ କରିଥିଲେ ଏବଂ ତାହା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏପରି ଲାଗିଲା ଯେମିତି ପୁରୁଣା ଦିନର ପ୍ରେମ ତାଜା ହୋଇଗଲା ।

Get real time updates directly on you device, subscribe now.