fbpx

ND TVକୁ କିଣିଲା Adani Group, ଖୁବଶୀଘ୍ର ଲଞ୍ଚ ହେବ ଅଫର

ନୂଆଦିଲ୍ଲୀ: ନ୍ୟୁଜ୍ ଚାନେଲ ଏନଡି ଟିଭିକୁ କିଣିଛନ୍ତି ଗୌତମ ଅଦାନୀ । ଏଏମଜି ମେଡ଼ିଆ ନେଟୱାର୍କସ ଲିମିଟେଡ ଏନଡି ଟିଭିର ୨୯.୧୮ ପ୍ରତିଶତ ଅଂଶଧନ କିଣିଛି । ଖୁବଶୀଘ୍ର ଅଦାନୀ ଗ୍ରୁପ ପକ୍ଷରୁ ଓପନ ଅଫର ଘୋଷଣା କରାଯିବ । ଆଗକୁ ଏନଡି ଟିଭିରେ ନ୍ୟୁଜ୍ ବିତରଣ ମଜବୁତ ହୋଇପାରିବ । ଜନସାଧାରଣଙ୍କୁ ନୂଆ ଜେନେରେସନର ମେଡ଼ିଆ ପ୍ଲାଟଫର୍ମ ପ୍ରଦାନ କରାଯିବ । ଏନେଇ ସବିଶେଷ ସୂଚନା ଦେଇଛନ୍ତି ଅଦାନୀ ମେଡ଼ିଆ ଏଣ୍ଟରପ୍ରାଇଜର୍ସର ଏଡିଟର-ଇନ-ଚିଫ୍ ଆଣ୍ଡ ସିଇଓ ସଞ୍ଜୟ ପୁଗାଲିଆ ।

ଅଦାନୀ ଗ୍ରୁପ ଏନଡି ଟିଭିର ୨୯.୧୮ ପ୍ରତିଶତ ଅଂଶଧନ କିଣିଥିବା ବେଳେ ୨୬ ପ୍ରତିଶତ ଶେୟାର କିଣିବା ନେଇ ଓପନ ଅଫର ଘୋଷଣା କରିବ । ଅଦାନୀ ଏନଡି ଟିଭିର ୨୯.୧୮ ପ୍ରତିଶତ ଅଂଶଧନ ପରୋକ୍ଷ ଭାବେ ବିଶଭପ୍ରଧାନ କମର୍ସିଆଲ ପ୍ରାଇଭେଟ ଲିମିଟେଡ (ଭିସିପିଏଲ) ମାଧ୍ୟମରେ କିଣିଛି । ଭିସିପିଏଲ ଏଏମଜି ମେଡ଼ିଆ ନେଟୱାର୍କ ଲିମିଟେଡ) (ଏଏମଏନଏଲ)ର ଏକ ଶାଖା ହୋଇଥିବା ବେଳେ ଏଏମଏନଏଲ ଅଦାନୀ ଏଣ୍ଟରପ୍ରାଇଜର୍ସ ଲିମିଟେଡ (ଏଇଏଲ) ଦ୍ୱାରା ପରିଚାଳିତ ହେଉଛି ।

ହି ଅଂଶଧନ ଅଧିଗ୍ରହଣ କମ୍ପାନୀ ପାଇଁ ଏକ ମାଇଲଷ୍ଟୋନ ହେବ ବୋଲି ଏଏମଏନଏଲ ସିଇଓ ସଞ୍ଜୟ କହିଛନ୍ତି । ଏନଡି ଟିଡି ଦ୍ୱାରା ଏନଡି ଟିଭି ୨୪.୭, ଏନଡି ଟିଭି ଇଣ୍ଡିଆ, ଏନଟି ଟିଭି ପ୍ରଫିଟ ନାମରେ ୩ଟି ଜାତୀୟ ନ୍ୟୁଜ୍ ଚାନେଲ ପରିଚାଳିତ ହେଉଛି । ୨୦୨୨ ଆର୍ଥିକ ବର୍ଷରେ କମ୍ପାନୀ ୪୨୧ କୋଟି ଟଙ୍କାର ରାଜସ୍ୱ ରେକର୍ଡ କରିଛି । ଆର୍ଥିକ ବର୍ଷରେ କମ୍ପାନୀର ନେଟ୍ ପ୍ରଫିଟ ୮୫ କୋଟି ରହିଛି ।

Get real time updates directly on you device, subscribe now.