fbpx

ସୋନୁର ସବୁ ଖେଳ ଶେଷ: ସାଥୀଙ୍କ ସହ ପୋଲିସ ହାତରେ ଧରା ପଡିଲା ଦୁର୍ଦ୍ଦାନ୍ତ ଅପରାଧୀ

ଝାରସୁଗୁଡା: ପୁଣି ଥରେ ପୋଲିସ ହାତରେ ଗିରଫ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ। ଡକାୟତି ତଥା ବିଭିନ୍ନ ଅପରାଧୀକ କାର୍ୟ୍ୟକଳାପ ପାଇଁ ଯୋଜନା କରୁଥିବା ବେଳେ ପୋଲିସ ତାକୁ ଗିରଫ କରିଥିବା ସୂଚନା ମିଳିଛି । ଝାରସୁଗୁଡା ରାମପୁର ଅଂଚଳରୁ ୪ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିଛି ବ୍ରଜରାଜନଗର ପୋଲିସ । ସେମାନଙ୍କ ନିକଟରୁ ଏକ ବନ୍ଧୁକ ସହ ପୋଲିସ ୪ ଟି ଜୀବନ୍ତ ଗୁଳି ଜବତ କରିଛି ।

ଗିରଫ ହୋଇଥିବା ଏହି ଅଭିଯୁକ୍ତମାନଙ୍କ ମଧ୍ୟରେ ରହିଛି ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ । ସୋନୁ ସହିତ ସନ୍ତୋଷ ବିଶ୍ୱାଳ, ଚିରଞ୍ଜିତ ସିଂ ଏବଂ ଧନଞ୍ଜୟ କିସାନକୁ ପୋଲିସ ଗରିଫ କରି କୋର୍ଟ ଚାଲାଣ କରିଛି । ପୂର୍ବରୁ ୫୦ ରୁ ଅଧିକ ହତ୍ୟା ଓ ଅପରାଧୀକ ମାମଲାରେ ସୋନୁ ଗିରଫ ହୋଇଥିବା ସହିତ ପୂର୍ବରୁ NSA ବୁକ ହୋଇଥିବା ନେଇ ପୋଲିସ ପ୍ରକାଶ କରିଛି । ତେବେ କିଛି ଦିନ ତଳେ ସୋନୁ ଜାମିନରେ ଆସିଥିବା ବେଳେ ଆଜି ବୁଣି ଥରେ ପୋଲିସ ଜାଲରେ ଧରା ପଡି ଜେଲରେ ବନ୍ଦ ହୋଇଯାଇଛି ।

Get real time updates directly on you device, subscribe now.