fbpx

କୃଷକଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା: ମିଳିବ ୧.୬୦ ଲକ୍ଷ, ଜାଣନ୍ତୁ କାହାକୁ ମିଳିବ ଟଙ୍କା?

ଦେଶର କୋଟି କୋଟି କୃଷକଙ୍କ ପାଇଁ ବଡ଼ ଖବର । କେନ୍ଦ୍ର ସରକାରଙ୍କ ତରଫରୁ ପିଏମ କିସାନ ଯୋଜନା ଅନୂଯାୟୀ ବାର୍ଷିକ ୬୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଥାଏ ।  କିନ୍ତୁ ସରକାରଙ୍କ ଏକ ଏଭଳି ସ୍କିମ ରହିଛି ଯାହାଦ୍ୱାରା ଆପଣଙ୍କୁ ପୂରା ୧.୬୦ ଲକ୍ଷ ଟଙ୍କାର ଫାଇଦା ମିଳିବ । ଯଦି ଆପର ମଧ୍ୟ କିସାନ ଏବଂ ଆପଣଙ୍କୁ ଟଙ୍କାର ଆବଶ୍ୟକତା ରହିଛି ତେବେ ଆପଣ ମଧ୍ୟ ଏହି ଯୋଜନାର ଫାଇଦା ନେଇପାରିବେ ।

ଆପଣଙ୍କୁ କହି ରଖୁଛୁ ପିଏମ କିସାନ ବ୍ୟତୀତ ସରକାରଙ୍କ ତରଫରୁ କିସାନ କ୍ରେଡିଟ୍ କାର୍ଡ(Kisan credit card) ସ୍କିମ୍ ଆରମ୍ଭ କରାଯାଇଛି । ଯାହାଦ୍ୱାରା ଆପଣ କୃଷି ଲୋନ୍ ନେଇପାରିବେ । ଏହି ଲୋନ୍ ଆପଣ ଘରେ ବସି ନେଇପାରିବେ । ବଡ଼ କଥା ହେଉଛି ଆପଣଙ୍କୁ ଏହା ବିନା କୌଣସି ଗ୍ୟାରେଣ୍ଟୀରେ ମିଳିଥାଏ ।

ଏହି ସ୍କିମରେ ପୂର୍ବରୁ ୧ ଲକ୍ଷ ଟଙ୍କା ଯାଏଁ ଲୋନ୍ ମିଳୁଥିଲା କିନ୍ତୁ କୃଷକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଏହାର ରାଶି ବଢ଼ାଇ ୧.୬୦ ଲକ୍ଷ କରିଛନ୍ତି । ଏଥିରେ କୃଷଙ୍କୁ ସୁଧ ଉପରେ ୨ % ସବସିଡି ମଧ୍ୟ ମିଳିଥାଏ । ଯଦି ଆପଣ ଲୋନ୍ ସମୟରେ ସୁଝୁଛନ୍ତି ତେବେ ୩ ପ୍ରତିଶତ ଡିସ୍କାଉଣ୍ଟ ମଧ୍ୟ ମିଳିବ । ତେବେ ଏହି କ୍ରେଡିଟ୍ କାର୍ଡର ବାର୍ଷିକ ସୁଧ ୪ ପ୍ରତିଶତ ରହିଛି ।

Get real time updates directly on you device, subscribe now.