fbpx

ଜେଲରେ ବି ହେଲା ଖେଳ: ମାସକୁ କୋଟିଏ ଟଙ୍କା ଦେଇ ଅଏସ କରୁଛି ସୁକେଶ ଚନ୍ଦ୍ରଶେଖର

ନୂଆଦିଲ୍ଲୀ: ଜେଲର ଚାରିକାନ୍ଥ ଭିତରେ ରହି ବି ନିଜ କଳା କାରନାମା ବିସ୍ତାର କରିଚାଲିଛି ମହାଠକ ସୁକେଶ ଚନ୍ଦ୍ରଶେଖର । ଟଙ୍କା ଦେଇ ହାଜତକୁ ବି ହୋଟେଲ କରି ଦେଲା ଏହି ସୁକେଶ । ଯେଉଁଥି ପାଇଁ ଏବେ ସୁକେଶକୁ ମଣ୍ଡୋଲୀ ଜେଲକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଏକ ସପ୍ତାହରେ ହିଁ ସୁକେଶକୁ ଏଠାରୁ ସିଫ୍ଟ କରିବା ପାଇଁ ଅଦାଲତ ତରଫରୁ କୁହାଯାଇଛି ।

ଜେଲରେ ବନ୍ଦୀ ହୋଇ ରହିଥିବା ସୁକେଶ ମାସକୁ କୋଟିଏ ଟଙ୍କା ଦେଇ ଜେଲରେ ଅଏସ ଆରାମରେ ଜୀବନ କାଟୁଥିଲା । ଜେଲର ସମସ୍ତ କର୍ମଚାରୀଙ୍କ ସହିତ ଜେଲର୍ ମଧ୍ୟ ଟଙ୍କା ପାଇଁ ସୁକେଶ ଆଗରେ ନତମସ୍ତକ ରହିଥିଲେ । ୧୨ ମାସରେ ସୁକେଶ ଜେଲକୁ ୧୨ କୋଟି ଟଙ୍କା ଦେଇ ସାରିଥିଲା । କିନ୍ତୁ ଯେତେବେଳେ ଗତ ନଭେମ୍ବରରେ ଜେଲର କିଛି ଫଟୋ ସାମନାକୁ ଆସିଲା, ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଗତବର୍ଷ ଅଗଷ୍ଟ ୭ ତାରିଖର ଘଟଣା, ଜେଲ ଭିତରେ ସମ୍ପୂର୍ଣ୍ଣ ଅଲଗା ଏକ ରୁମରେ ରହିଥିଲା ସୁକେଶ । କିନ୍ତୁ ସିସିଟିଭିକୁ ଚକମା ଦେବା ପାଇଁ ଏଠାରେ ପରଦା ପକାଇ ଦିଆଯାଇଛି ।

ଜେଲରେ ରହି ଗୋଟିଏ ବର୍ଷରେ ୨୦୦ କୋଟି ଇନକମ କରିପାରିଛି ସୁକେଶ । ସେଥିରୁ କିଛି ଟଙ୍କା ଜେଲ କର୍ମଚାରୀଙ୍କୁ ଦେଇ ସେ ସମସ୍ତ ପ୍ରକାରର ଅଏସ କରିପାରୁଥିଲା । ମାସକୁ ଏକ କୋଟି ଟଙ୍କା ବଦଳରେ ସେ ଜେଲରେ ପାଉଥିଲା ସବୁ ଫ୍ୟାସିଲିଟି । ୨ଟି ଆଇଫୋନ ଜରିଆରେ ଜେଲ ଭିତରୁ ବାହାର ଲୋକଙ୍କୁ ଚୂନ ଲଗାଇ ଲୁଟ କରୁଥିଲା ସୁକେଶ । ସେହି ଟଙ୍କାରେ ସଫେଇ କର୍ମଚାରୀଙ୍କ ଠାରୁ ଜେଲର ଡେପୁଟି ସୁପରିଟେଣ୍ଡେଣ୍ଟ ଏବଂ ସୁପରିଟେଣ୍ଟେଣ୍ଟଙ୍କୁ ଲାଞ୍ଚ ଦେଇ ସେ ହାତରେ ରଖିଥିଲା ।

ଟଙ୍କା ଦେଇ ସେମାନଙ୍କ ଦ୍ୱାରା ନିଜର ସବୁ ଇଚ୍ଛା ସବୁ ଆଶାକୁ ପୂରଣ କରୁଥିଲା ସୁକେଶ । ଏସବୁ ଘଟଣା ନେଇ ପୋଲିସର ଜଣେ କର୍ମଚାରୀ ଚାର୍ଜସିଟ ଦାଖଲ କରିଥିଲେ । ତେବେ ଏହି ମାମଲାରୁ ପରଦା ଉଠିବା ପରେ ସମ୍ପୃକ୍ତ ସମସ୍ତ କର୍ମଚାରୀଙ୍କ ଗିରଫ କରାଯାଇଥିବା ସୂଚନା ମିଳିଛି । ଏବେ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ସୁକେଶ ଅନ୍ୟ ଜେଲ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.