fbpx

ହିଣ୍ଡେନ୍‌ବର୍ଗ ବିରୁଦ୍ଧରେ ଆଇନଗତ ଲଢେଇ କରିବ ଆଦାନୀ ଗ୍ରୁ୍‌ପ୍‌, ନିଯୁକ୍ତ କଲା ଆମେରିକାର ଲ’ ସଂସ୍ଥା

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଆମେରିକାର ରିସର୍ଚ୍ଚ ତଥା ସର୍ଟ ସେଲିଂ ଫାର୍ମ ହିଣ୍ଡେନ୍‌ବର୍ଗ ବିରୁଦ୍ଧରେ ଆଇନଗହତ ଲଢେଇ ପାଇଁ ପ୍ରସ୍ତୁତ ହେଉଛି । ଏଥିପାଇଁ ଆଦାନୀ ଗ୍ରୁପ୍ ଆମେରିକାର ଏକ ଲିଗାଲ ଫାର୍ମ (ୱାଚେଲ ଫାର୍ମ)କୁ ନିଯୁକ୍ତ କରିଛି । ଏହା ସହିତ ଆଦାନୀ ଗ୍ରୁପ୍ ହିଣ୍ଡେନବର୍ଗଙ୍କ ବିରୋଧରେ ଲିପଟନ୍‌, ରୋଜେନ ଏବଂ କ୍ୟାଟ୍ଜଙ୍କ ବରିଷ୍ଠ ଆଇନଜୀବୀଙ୍କୁ ମଧ୍ୟ ଜଡିତ କରିଛି ।

ଜାନୁଆରୀ ୨୪ ତାରିଖରେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ସଂସ୍ଥା ଆଦାନୀ ବିରୁଦ୍ଧରେ ଏହାର ରିପୋର୍ଟ ପ୍ରକାଶ କରିବା ପରେ ଆଦାନୀ ସମୁହର ଏକ ପ୍ରକାର ଦୋହଲି ଯାଇଛି । ରିସର୍ଚ୍ଚ ଫାର୍ମ ଆଦନୀ ଗ୍ରୁପ୍ ଉପରେ ଆକାଉଣ୍ଟିଂ ପ୍ରଡ୍ ଏବଂ ଷ୍ଟକ୍ ଠକାମି ଭଳି ଅଭିଯୋଗ ଲଗାଇଥିଲା । ଏହାପରେ ଆଦାନୀ ସମୁହର ସେୟାର ମୂଲ୍ୟରେ ବ୍ୟାପକ ହ୍ରାସ ପାଇଥିଲା । ଏହାରି ମଧ୍ୟରେ ଆଦାନୀ ଗ୍ରୁପ୍ ଏହାର ଜବାବ ରଖିବା ପରେ ଦୁଇ ସଂସ୍ଥା ମଧ୍ୟରେ ,ମିଡିଆ ମାଧ୍ୟମରେ ଟକରା ଟକରୀ ପରିସ୍ଥିତ ସୃଷ୍ଟି ହୋଇଥିଲା ।

ଦୁଇ ପକ୍ଷ ନିଜ ନିଜ ଦାବିରେ ଅଟଳ ରହିଥିଲେ । ଏହା ପରେ ହିଣ୍ଡେନ୍‌ବର୍ଗ ଆଦାନୀ ସମୁହକୁ ଆମେରିକାର କୋର୍ଟରେ ମାମଲା ରୁଜୁ କରିବାକୁ କହିଥିଲା । ଯାହାକୁ ଏବେ ଆଦାନୀ ଗ୍ରୁପ୍ ସ୍ୱୀକାର କରିଛି । ଆଦାନୀ ଗ୍ରୁପ୍ ପୁର୍ବରୁ ମଧ୍ୟ କହିଥିଲା ଯେ, କମ୍ପାନୀ ଏହି ମାମଲାରେ ଆଇନ୍‌ର ଦ୍ୱାରସ୍ତ ହେବ ।

Get real time updates directly on you device, subscribe now.