fbpx

୧୩,୦୦୦ ଲୋକଙ୍କୁ ନିଯୁକ୍ତି ଦେବ ଆଦାନୀ ଗ୍ରୁପ୍, କମ୍ପାନୀ ପ୍ରସ୍ତୁତ କରିଛି ଏହି ପ୍ଲାନ୍

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ନିଜର ବ୍ୟବସାୟ ବିସ୍ତାର ପାଇଁ ପ୍ରତିଦିନ କାମ କରୁଛି । ବର୍ତ୍ତମାନ ଖବର ଆସୁଛି ଯେ, ୨୦୨୭ ସୁଦ୍ଧା ଆଦାନୀ ଗ୍ରୁପ୍ ଆଉ ଏକ ନୂଆ ମାନୁଫାକ୍ଚରିଂ ପ୍ରୋଜେକ୍ଟ ସ୍ଥାପନ କରିବ । ଏଥର ଆଦାନୀ ଗ୍ରୁପ୍ ୧୦ ଗିଗାୱାଟ କ୍ଷମତା ବିଶିଷ୍ଟ ଏକ ପ୍ରକଳ୍ପ ସ୍ଥାପନ କରିବ । ଏହି ପ୍ରକଳ୍ପର କାର୍ଯ୍ୟକାରିତା ସହିତ ପ୍ରାୟ ୧୩,୦୦୦ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ ।

ଆଦାନୀ ଗ୍ରୁପ୍, ଶକ୍ତି ପରିବର୍ତ୍ତନ ଅର୍ଥାତ୍ ସବୁଜ ଶକ୍ତି ବ୍ୟବସାୟ ଉପରେ ଧ୍ୟାନ ଦେଇ ୨୦୨୭ ସୁଦ୍ଧା ୧୦ ଗିଗାୱାଟର ଏକୀକୃତ ସୌର ଉତ୍ପାଦନ କ୍ଷମତା ସ୍ଥାପନ କରିବାରେ ଲାଗିପଡ଼ିଛି । କମ୍ପାନୀ ସହିତ ଜଡିତ ସୂତ୍ରରୁ ଏହି ସୂଚନା ମିଳିଛି । ଆଦାନୀ ଗ୍ରୁପ୍ ର ବର୍ତ୍ତମାନର ସୌର ଉତ୍ପାଦନ କ୍ଷମତା ହେଉଛି ଚାରି ଗିଗାୱାଟ ।

ସୌର ଶକ୍ତି ଉତ୍ପାଦନରେ ବ୍ୟବହୃତ ସୌର ପ୍ୟାନେଲ ଉତ୍ପାଦନରେ ଜଡିତ ଆଦାନୀ ସୋଲାର ଗଠନ ୨୦୧୫ ରେ କରାଯାଇଥିଲା । ପରବର୍ତ୍ତୀ ବର୍ଷ ଏହା ଉତ୍ପାଦନ ଆରମ୍ଭ କରିଥିଲା ଏବଂ ଛଅ ବର୍ଷରୁ କମ୍ ସମୟ ମଧ୍ୟରେ ଏହାର କ୍ଷମତା ତିନି ଗିଗାୱାଟରୁ ତିନିଗୁଣରୁ ଅଧିକ ହୋଇଛି ।

୧୩,୦୦୦ ନିଯୁକ୍ତି ସୃଷ୍ଟି ହେବ :-

ସୂଚନାନୁସାରେ, ଆଦାନୀ ସୋଲାର ବର୍ତ୍ତମାନ ଗୁଜୁରାଟର ମୁଣ୍ଡ୍ରାଠାରେ ୧୦ ଗିଗାୱାଟ କ୍ଷମତା ବିଶିଷ୍ଟ ପ୍ରଥମ ସଂପୂର୍ଣ୍ଣ ଏକୀକୃତ ଏବଂ ବିସ୍ତୃତ ସୌର ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ ଯାଉଛି । ଏହା ଗ୍ରୁପର ସର୍ବ ବୃହତ ଉତ୍ପାଦନ ୟୁନିଟ୍ ହେବ ଏବଂ ୧୩,୦୦୦ ନିଯୁକ୍ତି ସୃଷ୍ଟି କରିବ ।

Get real time updates directly on you device, subscribe now.