ଗରମ କ୍ଷୀରରେ ଏହି ଜିନିଷ ମିଶାଇ ପିଇଲେ ଦୂର ହୋଇଥାଏ ଆଣ୍ଠୁ ଦରଜ: ମିଳିଥାଏ ଫାଇଦା

କ୍ଷୀରରେ ପ୍ରାୟ ସବୁ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଏଥିପାଇଁ ଏହାକୁ ସଂପୂର୍ଣ୍ଣ ଆହାରର ମାନ୍ୟତା ଦିଆଯାଇଛି । ନ୍ୟୁଟିସନିଷ୍ଟ ମଧ୍ୟ ଦିନକୁ ୨ ଗ୍ଲାସ୍ କ୍ଷୀର ପିଇବା ପାଇଁ କହିଥାନ୍ତି । ଏହାଦ୍ୱାରା ଶରୀରକୁ ଅନେକ ପ୍ରକାର ଫାଇଦା ମିଳିଥାଏ, ଏହା ସହ ଯଦି ଆମେ ଗରମ କ୍ଷୀରରେ ଘିଅ ମିଶାଇ ପିଆଯାଏ ତେବେ ଏହାର ପୋଷକତତ୍ତ୍ୱ ଆହୁରି ବଢ଼ିଥାଏ । ଆସନ୍ତୁ ଜାଣିବା ଯେ ଗରମ କ୍ଷୀରେ ଦେଶୀ ଘିଅକୁ ମିଶାଇ ପିଇଲେ କ’ଣ କ’ଣ ଫାଇଦା ମିଳିଥାଏ ।

୧.         ଆଣ୍ଠୁ ଦରଜରୁ ଆରାମ୍: ଯଦି ଆପଣ ଆଣ୍ଠୁ ବିନ୍ଧାକୁ ନେଇ ଚିନ୍ତିତ ତେବେ ଆପଣ ଗରମ କ୍ଷୀରରେ ଦେଶୀ ଘିଅ ମିଶାଇ ପିଇପାରିବେ । କ୍ଷୀରରେ କ୍ୟାଲସିୟମ ରହିଥାଏ ଯାହା କାରଣରୁ ହାଡ଼ ମଜବୁତ ହୋଇଥାଏ ।

୨.         ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଘିଅ ମିଶାଇ ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଏମିତି ଏଥିପାଇର୍ କାରଣ ଏହାଦ୍ୱାରା ଆମର ମସ୍ତିଷ୍କର ଶିରା ଶାନ୍ତ ହେବାକୁ ଲାଗିଥାଏ ଏବଂ ଆପଣ ଶାନ୍ତି ଅନୁଭବ କରିଥାନ୍ତି । ସେହିଭଳି ଘିଅ ସେବନ ଦ୍ୱାରା ଷ୍ଟ୍ରେସ୍ କମ୍ ହୋଇଥାଏ ଏବଂ ଶାନ୍ତି ନିଦ ଲାଗିଥାଏ ।

୩.         ପାଚନ ଭଲ ହୋଇଥାଏ: କ୍ଷୀର ଏବଂ ଘିଅର କମ୍ବିନେସନ ଆମର ପେଟ ପାଇଁ ଭଲ ହୋଇଥାଏ । ଏହାକୁ ପିଇବା ଦ୍ୱାରା ଡାଇଜେଷ୍ଟିଭ ଏନଜାଇମ ରିଲିଜ ହୋଇଥାଏ ଯାହାଦ୍ୱାରା ପାଚନ ଅଧିକ ମଜବୁତ ହୋଇଥାଏ । ଏମିତିରେ, ଗ୍ୟାସ, ବଦହଜମି ଭଳି ସମସ୍ୟା ହୋଇନଥାଏ ।

୪.         ଚର୍ମ ପାଇଁ ହୋଇଥାଏ ଲାଭଦାୟକ: ଯଦି ଆପଣ ସୁସ୍ଥ ଏବଂ ଚମକଦାର ସ୍କିନ୍ ଚାହୁଛନ୍ତି ତେବେ ଗରମ କ୍ଷୀର ଏକ ଗ୍ଲାସରେ ଦେଶୀ ଘିଅ ମିଶାନ୍ତୁ ।