fbpx

ପର୍ଣ୍ଣ ଦେଖୁଛନ୍ତି କି; ଭୋଗି ପାରନ୍ତି ଏହି ସବୁ ଶାରୀରିକ ସମସ୍ୟା

ନୂଆଦିଲ୍ଲୀ: ଇଣ୍ଟରନେଟର ଉପଲବ୍ଧତା ଏବଂ ଅନ୍ୟାନ୍ୟ ଡିଜିଟାଲ ମାଧ୍ୟମ ଦ୍ୱାରା ଅଶ୍ଲୀଳ ଫିଲ୍ମ(ପର୍ଣ୍ଣ) ଅତି ସହଜରେ ଉପଲବ୍ଧ ହୋଇପାରୁଛି । ଏପରିକି ଆଜିର ଯୁବପିଢି ମଧ୍ୟ ଏହା ଦ୍ୱାରା ଅତି ମାତ୍ରାରେ ପ୍ରଭାବିତ । ତେବେ ପଣ୍ଣ ଚଳଚିତ୍ର ଦେଖିବା ଦ୍ୱାରା ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ସୃଷ୍ଟି ହୋଇଥାଏ । ଶୀଘ୍ର ପତନ, ବୈବାହିକ ଜୀବନରେ ଅସନ୍ତୋଷ ପରି ଶାରୀରିକ ସମସ୍ୟା ବ୍ୟତିତ ଆପଣ ଏକାଧିକ ମାନସିକ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି । ଏପରିକି କିଛି ରିସର୍ଚ୍ଚରୁ ମିଳିଥିବା ତଥ୍ୟ ଅନୁଯାୟୀ ପର୍ଣ୍ଣ ଦେଖିବା ଦ୍ୱାରା ଆପଣ ମାନସିକ ଭାବରେ ଅଧିକ ବିଚଳିତ ରହିଥାନ୍ତି । ଆଜି ଆମେ ଆଲୋଚନା କରିବା ପର୍ଣ୍ଣ ଦେଖିବା ଦ୍ୱାରା ଉପୁଜୁଥିବା ସମସ୍ୟା ଉପରେ ।

ପର୍ଣ୍ଣ ଦେଖିବା ଦ୍ୱାରା ଆପଣ ଶୀଘ୍ର ପତନର ଶିକାର ହୋଇଥାନ୍ତି । ଶୀଘ୍ରପତନ ହେବା ଦ୍ୱାରା ସାଧାରଣ ସେକ୍ସ ଲାଇଫ୍ ପ୍ରଭାବିତ ହେବା ସହିତ ଆପଣଙ୍କ ବୈବାହିକ ଜୀବନରେ ଝଡ ସୃଷ୍ଟି ହୋଇଥାଏ । ଏକାଧିକ ରିସର୍ଚ୍ଚ ଦ୍ୱାରା ଏହା ପ୍ରମାଣ ହୋଇ ସାରିଛି ।

ମାତ୍ରାଧିକ ପଣ୍ଣର୍ମ ଦେଖୁଥିବା ପୁରୁଷ ନିଜ ସେକ୍ସ ଲାଇଫକୁ ନେଇ ସନ୍ତୁଷ୍ଟ ନଥାନ୍ତି । ଏହା ସହିତ ପର୍ଣ୍ଣୋଗ୍ରାଫି କଣ୍ଟେଣ୍ଟ ମଧ୍ୟ ଶୀଘ୍ରପତନର ଅନ୍ୟତମ କାରଣ ବୋଲି ଏକ ଷ୍ଟଡିରୁ ପ୍ରମାଣିତ ହୋଇଛି ।

ପର୍ଣ୍ଣ ସର୍ବଦା ଗୋପନୀୟତାରେ ଦେଖା ଯାଇଥାଏ, ଯାହାକି ଜଣଙ୍କ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ । ପର୍ଣ୍ଣର ଅଭ୍ୟାସ ଲାଗିବା ଦ୍ୱାରା ବାସ୍ତବରେ ସାଥୀଙ୍କୁ ସେକ୍ସ ପାଇଁ ଆମନ୍ତ୍ରଣକୁ ଏମାନେ କୁଣ୍ଠାବୋଧ କରିଥାନ୍ତି । ବ୍ୟକ୍ତିଗତ ଜୀବନରେ ମଧ୍ୟ ଆମକୁ ଏହା ପଛୁଆ ରଖିଥାଏ ।

ପର୍ଣ୍ଣ ଦେଖିବା ଦ୍ୱାରା ମଦ୍ୟପାନ ପ୍ରତି ଆସକ୍ତି ବଢିଥାଏ । ଏହା ଯଦିଓ ଖରାପ ଅଭ୍ୟାସ ନୁହେଁ ତେବେ ବିଭିନ୍ନ ସ୍ଥଳରେ ଘରୋଇ ହିଂସା ଓ ଦୁଷ୍କର୍ମର ଏହା ମୁଖ୍ୟ କାରଣ ପାଲଟିଥାଏ । ବିଭିନ୍ନ ପର୍ଣ୍ଣୋଗ୍ରାଫିକ କଣ୍ଟେଣ୍ଟ କାରଣରୁ କିଛି ଲୋକ ଯୌନ ପିପାସୁ ପାଲଟି ଯାଇଥାନ୍ତି ।

ପର୍ଣ୍ଣ ଦେଖୁଥିବା ଲୋକଙ୍କ ଜୀବନରେ ଆର୍ଥିକ ଓ ପ୍ରେମ ଜନିତ ସମସ୍ୟା ଅଧିକ ଲାଗି ରହିଥାଏ । ପର୍ଣ୍ଣ ଦେଖିବା ଦ୍ୱାରା ଆମ ଶରୀରରୋ ଡୋପାମାଇନ ନାମକ ଏକ କାରକ ସୃଷ୍ଟି ହୋଇଥାଏ । ଏହି କାରକ ଆମର ମସ୍ତିଷ୍କରେ ପହଞ୍ଚିବା ସହିତ ମସ୍ତିଷ୍କରେ ନକରାତ୍ମକ ଚିନ୍ତା ସୃଷ୍ଟି ମଧ୍ୟ କରିଥାଏ ।

ପର୍ଣ୍ଣ କଣ୍ଟେଣ୍ଟ ଦ୍ୱାରା ମନରେ ଅଶ୍ଲୀଳ ବିଚାର ସୃଷ୍ଟି ହୋଇଥାଏ । ମହିଳାଙ୍କ ପ୍ରତି ରହୁଥିବା ଚିନ୍ତାଧାରା ଅଧିକ ନକରାତ୍ମକ ଓ ପାରମ୍ପରିକ ହୋଇଥାଏ । ଏହା ସହିତ ଅଧିକ ପର୍ଣ୍ଣ ଦେଖୁଥିବା ଲୋକ ବିବାହ ବାହାରେ ଅଧିକ ମହିଳାଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ପସନ୍ଦ କରିଥାନ୍ତି ।

ପର୍ଣ୍ଣୋଗ୍ରାଫିକ୍ ଚ୍ୟାନେଲ ଗୁଡିକରେ ସୁରକ୍ଷିତ ଯୌନ ସମ୍ପର୍କ ଉପରେ ଆଲୋଚନା ନଥାଏ । ଫଳରେ ଏଥିରୁ ପ୍ରଭାବିତ ହୋଇ ଲୋକଙ୍କ ମଧ୍ୟରେ ଏସଟିଡି( ଯୌନ ସମ୍ପର୍କ ଦ୍ୱାରା ବ୍ୟାପୁଥିବା ରୋଗ) ଅଧିକ ବ୍ୟାପିଥାଏ ।

ନିଜ ସମ୍ପର୍କ ବା ସହବାସ ସମ୍ବନ୍ଧୀୟ ଜ୍ଞାନ ପାଇଁ ପର୍ଣ୍ଣ ଉପରେ ନିର୍ଭର କରନ୍ତୁ ନାହିଁ । ପର୍ଣ୍ଣ ଭିଡିଓରୁ ସେକ୍ସ ସମ୍ବନ୍ଧୀୟ ଜ୍ଞାନ ଆପଣଙ୍କ ପାଇଁ ବିପଜ୍ଜନକ ହୋଇପାରେ ।
ପର୍ଣ୍ଣ ଦେଖିବା ପ୍ରତିବଦଳରେ ଆପଣ ସୋସିଆଲ ମିଡିଆରେ ନିଜ ବନ୍ଧୁ ମାନଙ୍କ ସହିତ କଥା ହୋଇପାରିବେ । ଏହା ସହିତ ଆପଣଙ୍କ ପାଇଁ ଉଚିତ ଓ ଅନୁଚିତ ଜିନିଷ ସମ୍ପର୍କରେ ଆଲୋଚନା ମଧ୍ୟ କରି ପାରିବେ । ପର୍ଣ୍ଣ ଦେଖିବା ଅଭ୍ୟାସରୁ ମୁକ୍ତି ପାଇବାକୁ ଚାହୁଁଥିଲେ, ଶୋଇବା ପୂର୍ବରୁ ନିଜ ପାଇଁ ଏକ ଲିଷ୍ଟ ତିଆରି କରନ୍ତୁ । ଏହି ଲିଷ୍ଟକୁୁ ପ୍ରାଣପଣେ ପୁରା କରିବାକୁ ଚେଷ୍ଟା କରନ୍ତୁ । ଯଦି କିଛି ଅସମ୍ପୂର୍ଣ୍ଣ ରହୁଛି ତେବେ ତାହାକୁ ପରଦିନ ସମ୍ପୂର୍ଣ୍ଣ କରିବାକୁ ପ୍ରୟାସ କରନ୍ତୁ । ଏପରି କରିବା ଦ୍ୱାରା ଆପଣ ନିଜକୁ ପର୍ଣ୍ଣ ଠାରୁ ଦୂରେଇ ରଖିବାରେ ସକ୍ଷମ ହେବେ ।

Get real time updates directly on you device, subscribe now.