fbpx

ସ୍କୁଲ୍ ସହ ହଷ୍ଟେଲ୍ ମଧ୍ୟ ୨୬ରୁ ଖୋଲିବ, ଏସଓପି ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଥର ଖୋଲିବ ହଷ୍ଟେଲ୍ । ସ୍କୁଲ୍ ଓ ହଷ୍ଟେଲ୍ ଏକା ସାଙ୍ଗରେ ଖୋଲିବ । ପୂର୍ବରୁ ୨୬ ତାରିଖରେ ସ୍କୁଲ୍ ଖୋଲିବା ନେଇ ଘୋଷଣା କରିଥିଲେ ସରକାର । ତେବେ ବୁଧବାର ଘୋଷଣା ଅନୁସାରେ ୨୬ରୁ ହଷ୍ଟେଲ୍ ମଧ୍ୟ ଖୋଲିବ । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଗଣଶିକ୍ଷା, ଏସସି/ଏସଟି ଓ ସଂଖ୍ୟା ଲଘୁ ବିଭାଗ ଦ୍ୱାରା ପରିଚାଳିତ ହଷ୍ଟେଲ୍ ସମେତ ଘରୋଇ ଇଂରାଜୀ ମଡିଅମ୍ ସ୍କୁଲ୍ ହଷ୍ଟେଲ୍ ମଧ୍ୟ ଖୋଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି । ଅନଲାଇନ୍ ପାଠପଢ଼ା ଆଶା ଅନୁସାରେ ଫଳପ୍ରଦ ହୋଇନଥିଲା । ତେଣୁ ପ୍ରତ୍ୟେକ୍ଷ ପାଠପଢ଼ା ପାଇଁ ସ୍କୁଲ୍ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବାବେଳେ ହଷ୍ଟେଲ୍ ମଧ୍ୟ ୨୬ରୁ ଖୋଲିବ ।

Get real time updates directly on you device, subscribe now.