fbpx

ଜୀବନ ଆଉ ଜୀବିକାର ଦୋଛକିରେ ହଜିଗଲା ମାନବିକତା: ମାତ୍ର ୧୫ ମିନିଟ୍ ବିଳମ୍ବ ପାଇଁ ଜଣେ ବୃଦ୍ଧ ତରଭୁଜ ବିକାଳିଙ୍କୁ ବାଡ଼ିରେ ପିଟିବାକୁ ଅଧିକାର ଦେଲା କିଏ?

Advertisement

ଝାରସୁଗୁଡ଼ା, (ଓଡିଶା ଭାସ୍କର): କରୋନା ଆଜି ମଣିଷର ଜୀବନ ଆଉ ଜୀବିକା ଛଡ଼ାଇ ନେଇଛି । ତେବେ କରୋନା ପାଇଁ ମଣିଷ ଯେ ଏତେ ତଳକୁ ଖସିଯାଇପାରେ, ଅମାନବୀୟ କାର୍ଯ୍ୟ କରିପାରେ, ତାହା ହୁଏତ କେହି କଳ୍ପନା ସୁଦ୍ଧା କରିନଥିବେ । ରାସ୍ତାକଡ଼ରେ ତରଭୁଜ ବିକ୍ରି କରୁଥିବା ଜଣେ ବୃଦ୍ଧଙ୍କୁ ବାଡ଼ିରେ ପିଟିଛନ୍ତି ଝାରସୁଗୁଡ଼ାର ଅତିରିକ୍ତ ତହସିଲଦାର । ଲକଡାଉନ କିମ୍ବା ସଟଡାଉନରେ କେହି ମାଡ଼ ମାରିବେନି ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାକୁ ଅମାନ୍ୟ କରାଯାଇଛି । ଜଣେ ଗରିବ ବୃଦ୍ଧଙ୍କୁ ପିଟିବାକୁ ଅତିରିକ୍ତ ତହସିଲଦାରଙ୍କୁ ଅଧିକାର ଦେଲା କିଏ?

ଗତକାଲି ୧୧ଟା ସମୟରେ ଅତିରିକ୍ତ ତହସିଲଦାର ହାତରେ ଠେଙ୍ଗା ଧରି ଜଣେ ପଇଡ଼ ବିକ୍ରେତାଙ୍କୁ ମାଡ଼ ମାରିଥିଲେ । ଏହାପରେ ତରଭୁଜ ବିକ୍ରି କରୁଥିବା ଜଣେ ବୃଦ୍ଧଙ୍କୁ ବାଡ଼ରେ ପିଟିଥିଲେ । ଏହି ଭିଡିଓଟି ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି । ପ୍ରଶ୍ନ ଉଠୁଛି, କାହାକୁ ଶାରୀରିକ୍ତ ଦଣ୍ଡ ନ ଦେବାକୁ ରାଜ୍ୟ ସରକାର ବାରଣ କରିଥିଲେ ମଧ୍ୟ ଏହାକୁ ଅତିରିକ୍ତ ତହସିଲଦାର ଫୁ କରି ଦେଇଛନ୍ତି । ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ଏକରି ଅମାନବୀୟ, ବେଆଇନ କାର୍ଯ୍ୟ କରିବା ବାସ୍ତବିକ ନିନ୍ଦନୀୟ ଅଟେ । ତେବେ ଅତିରିକ୍ତ ତହସିଲଦାର ତାଙ୍କ ପୁଅକୁ ମଧ୍ୟ ମାଡ଼ ମାରିଥିବା ବୃଦ୍ଧ ଜଣଙ୍କୁ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.