fbpx

ବଡ଼ ଦୁଃଖ ଖବର: ‘ଆଦିପୁରୁଷ’ ଅଭିନେତ୍ରୀ ଆଶା ଶର୍ମାଙ୍କ ବିୟୋଗ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତରୁ ଆସିଛି ଏକ ଦୁଃଖଦ ଖବର । ‘ଆଦିପୁରୁଷ’ ଫିଲ୍ମରେ ଅଭିନୟ କରିଥିବା ଆଶା ଶର୍ମା ଆଉ ନାହାନ୍ତି । ଗତ ୧ ବର୍ଷ ଧରି ଅଭିନେତ୍ରୀ ବିମାରୀ ସହ ଲଢ଼େଇ କରି ଆସୁଥିବା ବେଳେ ଶେଷରେ ଜୀବନ ଯୁଦ୍ଧରେ ସେ ହାରି ଯାଇଛନ୍ତି । ଶ୍ରୀମତୀ ଶର୍ମାଙ୍କୁ ମୃତ୍ୟୁ ବେଳକୁ ୮୬ ବର୍ଷ ହୋଇଥିଲା । ତାଙ୍କର ମୃତ୍ୟୁ ଖବର ପାଇଁ ସାରା ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ଓମ ରାଉତଙ୍କ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହେବା ପରେ ଅଭିନେତୀ ୪ ଥର ତଳେ ପଡ଼ିଯାଇଥିଲେ, ଯାହାକି ତାଙ୍କ ପାଇଁ ବଡ଼ ବିପଦ ଡାକି ଆଣିଥିଲା ।

ଗତବର୍ଷ ଏପ୍ରିଲ ମାସରେ ଅଭିନେତ୍ରୀ ଶଯ୍ୟାଶାୟୀ ରହିଥିବା ବେଳେ ତାଙ୍କୁ କୌଣସି ଭୂମିକା ଦେବାକୁ ସେ କହିଥିଲେ । ଏପରିକି ଶଯ୍ୟାଶାୟୀ ଭୂମିକା କରିବାକୁ ସେ ମଧ୍ୟ ରାଜିଥିଲେ । ସେ ତାଙ୍କର କାମକୁ ନେଇ ବହୁତ ସିରିୟସ୍ ଥିଲେ । ତାଙ୍କର କେୟାର ଟେକର ବ୍ୟକ୍ତିଗତ କାରଣରୁ ଚାକିରି ଛାଡ଼ିବା ପରେ ସେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ ବୋଲି ଟୀନା ଘଈ କହିଛନ୍ତି । କାରଣ ତାଙ୍କର କେୟାର ଟେକର ତାଙ୍କ ଘର ଆଖପାଖରେ ରହିବେ ଓ ତାଙ୍କର କିଛି ହେବ ନାହିଁ ବୋଲି ଆଶା ଜୀ ଭାବିଥିଲେ । ମାତ୍ର ସେପରି କିଛି ହୋଇନଥିଲା । ଆଶା ଜୀ ଜଣେ ଭଲ ଅଭିନେତ୍ରୀ ଓ ଭଲ ମଣିଷ ଥିଲେ । ଏହା ନିହାତି ପକ୍ଷେ ବଡ଼ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ନିର୍ଦ୍ଦେଶକ ଓମ ରାଉତ କହିଛନ୍ତି ।

ମାତ୍ର ୧୩ ବର୍ଷ ବୟସରେ ଆଶା ଜୀ ଭଏସ୍ ଓଭର ଆର୍ଟିଷ୍ଟ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ଫିଲ୍ମ ଯେପିରିକି ‘ହମକୋ ତୁମସେ ପ୍ୟାର ହୈ’, ‘ହମ ତୁମହାରେ ହେଁ ସନମ’, ‘ମୁଝେ କୁଛ କହନା ହୈ’ ଆଦି । ଏଥିସହିତ ସେ ‘ମନ କୀ ଆବାଜ ପ୍ରତିଜ୍ଞା’, ‘ମୀତ ମିଲୋ ଦେ ରବବା’ ଆଦି କିଛି ଟିଭି ଶୋ’ରେ କାମ କରିଥିଲେ । ‘ଆଦିପୁରୁଷ’ ତାଙ୍କର ଶେଷ ଫିଲ୍ମ ଥିଲା ।

Get real time updates directly on you device, subscribe now.