fbpx

ଓଟିଟିରେ ପାଦ ଥାପିବ ଆଦିତ୍ୟ ଚୋପ୍ରାଙ୍କ ପ୍ରଡକ୍ସନ୍ କମ୍ପାନୀ, ଦେଶୀ କଣ୍ଟେଣ୍ଟ୍ ପାଇଁ ଦେଲେ ୫୦୦ କୋଟି

ମୁମ୍ବାଇ: ଦେଶର ସବୁଠାରୁ ବଡ଼ ପ୍ରଡକ୍ସନ୍ ହାଉସ୍ ୟଶରାଜ୍ ଫିଲ୍ମସ୍ ଆଗକୁ ଓଟିଟିରେ ନିଜର ଯାତ୍ରା ଆରମ୍ଭ କରିବାକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାକୁ ପ୍ରତିକ୍ରିୟା ରଖିଛି ପ୍ରଡକ୍ସନ୍ କମ୍ପାନୀ । ୟଶରାଜ୍ ଫିଲ୍ମସ୍ ଆଗକୁ ନିଜର ଓଟିଟି ଆଣିବାକୁ ଯାଉଛି । ବର୍ତ୍ତମାନ ୟଶରାଜ୍ ଫିଲ୍ମସ୍ ଓଟିଟିରେ ୱେବସିରିଜ୍ ଓ ଟିଭି ଶୋ ଆଣିବା ପାଇଁ ଯୋଜନା କରୁଛି । ଏମିତିରେ ବି ଏହି ପ୍ରଡକ୍ସନ୍ କମ୍ପାନୀ ବିଭିନ୍ନ ନିର୍ମାଣାଧୀନ ଫିଲ୍ମରେ ପ୍ରାୟ ୧୨୦୦ କୋଟି ଟଙ୍କା ଲଗାଇଛି । ଆଉ ଏବେ କାରବାର ଆଗକୁ ପ୍ରସାର କରିବା ପାଇଁ ଓଟିଟି ଦୁନିଆରେ ପାଦ ଥାପିବ ୟଶରାଜ୍ ଫିଲ୍ମସ୍ ।

ତେବେ ଏଥିପାଇଁ ୟଶରାଜ୍ ଫିଲ୍ମସ୍ ପ୍ରାୟ ୫୦୦ କୋଟି ଟଙ୍କା ନିବେଶ କରିବା ନେଇ ତିଆରି ହୋଇଥିବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛି । ତେବେ ଓଟିଟିକୁ ନେଇ କମ୍ପାନୀ କୌଣସି ଅଫିସିଆଲ୍ ଘୋଷଣା କରିନାହିଁ । ହେଲେ ଯେକୌଣସି ସମୟରେ ଘୋଷଣା କରିପାରେ ବୋଲି ଶୁଣିବାକୁ ମିଳୁଛି । ସୁତ୍ରରୁ ଜଣାପଡ଼ିଛି ଯେ, ଓଟିଟି ମୁଖ୍ୟତଃ ଭାରତୀୟଙ୍କ ସମ୍ବେଦନକୁ ଦର୍ଶାଉଥିବା ଭଳି ରୋଚକ କାହାଣୀକୁ ନେଇ ୱେବସିରିଜ୍ ନିର୍ମାଣ ହେବ । ଗତ ଦୁଇ ବର୍ଷ ହେଲା ଏହା ଉପରେ କାମ ଜାରି ରହିଛି । ତେଣୁ ଏହି ପରିପ୍ରେକ୍ଷୀରେ ୫୦୦ କୋଟି ଟଙ୍କା ମଞ୍ଜୁର ମଧ୍ୟ ହୋଇଛି । କମ୍ପାନି ପକ୍ଷରୁ ଏହି ଓଟିଟିର ନାମ ୱାଇଆରଏଫ୍ ଏଣ୍ଟରଟେନମେଣ୍ଟ୍ ରଖାଯାଇଛି ।

ତେବେ ଏହି ପ୍ରଡକ୍ସନ୍ କମ୍ପାନୀ ଦ୍ୱାରା ନିର୍ମାଣ ହେବାକୁ ଥିବା ଫିଲ୍ମ ତାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଓଟିଟିରେ ଉପଲବ୍ଧ ହେବ । ନିର୍ଦ୍ଦେଶକ ଭାବରେ ଅନେକ ଲୋକପ୍ରିୟତା ହାସଲ କରିଥିବା ବଳଦେବ ରାଜ(ବି ଆର୍) ଚୋପ୍ରାଙ୍କ ଭାଇ ୟଶ୍ ଚୋପ୍ରା ପ୍ରଥମେ ସୁପରଷ୍ଟାର୍ ରାଜେଶ ଖନ୍ନାଙ୍କ ସହିତ ମିଶି ୧୯୭୦ ମସିହାରେ ଫିଲ୍ମର ମୂଳଦୁଆ ପକାଇଥିଲେ ।

ଗତ ବର୍ଷ ପ୍ରଡନ୍ସନ୍ ହାଉସ୍ ର ର୫୦ ବର୍ଷ ପୂରା ହେବା ଅବସରରେ ଫିଲ୍ମ କମ୍ପାନୀ ବଲିଉଡ୍ ର ସୁପରଷ୍ଟାର୍ ମାନଙ୍କୁ ନେଇ ଅନେକ ବିଗ୍ ବଜେଟ୍ ର ଫିଲ୍ମ ନିର୍ମାଣ କରିଥିଲା । ଏହି ଫିଲ୍ମ ମଧ୍ୟରେ ରହିଛି “ପଠାନ୍”, “ଟାଇଗର ୩”, “ମହାରାଜା’ ଇତ୍ୟାଦି । ତେବେ ଏସବୁ ଏବେ ନିର୍ମାଣାଧୀନ ଅବସ୍ଥାରେ ରହିଛି । କମ୍ପାନୀର କିଛି ହିଟ୍ ଫିଲ୍ମ ମଧ୍ୟରେ ରହିଛି “ବଣ୍ଟି ଔର ବବଲି”ର ସିକ୍ୱେଲ୍ ଆସନ୍ତା ସପ୍ତାହରେ ରିଲିଜ୍ ହେବାକୁ ଯାଉଛି । ଏହା ବ୍ୟତୀତ ଆସନ୍ତା ବର୍ଷର ପ୍ରଥମାର୍ଦ୍ଧରେ ରିଲିଜ୍ ହେବ “ପୃଥ୍ୱୀରାଜ”, “ଜୟଶଭାଇ ଜୋରଦାର୍” ଓ “ଶମଶେରା” ।

 

Get real time updates directly on you device, subscribe now.