fbpx

ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ: ବର୍ଷେ ପରେ ବି ପୋଲିସ ହାତ ଖାଲି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ଘଟିଥିଲା । ବିଦ୍ୟାଶ୍ରୀଙ୍କୁ ବିବାହ କରିବାର ମାତ୍ର ୨୭ ଦିନ ମଧ୍ୟରେ ତାଙ୍କର ମୃତ୍ୟୁକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଇତିମଧ୍ୟରେ ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁକୁ ଏକ ବର୍ଷି ପୂରି ଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ରହସ୍ୟ ଉପରକୁ ପରଦା ଉଠିପାରିନାହିଁ । ଏବେ ବି ପୋଲିସ ହାତ ଖାଲି ରହିଛି । ଆଦିତ୍ୟଙ୍କୁ ହତ୍ୟା କରାଯାଇଥିଲା, ନା ସେ ଆତ୍ମହତ୍ୟା କରିଥିଲେ, ସେନେଇ ଏ ପର୍ଯ୍ୟନ୍ତ କୌଣସି ଫଳାଫଳ ଜଣାପଡ଼ିନି ।

ତେବେ ଇତିମଧ୍ୟରେ କ୍ରାଇମବ୍ରାଞ୍ଚ ଚାର୍ଜସିଟରେ ଆଦିତ୍ୟ ଆତ୍ମହତ୍ୟା କରିଥିବା ଦର୍ଶାଯାଇଛି । ମାତ୍ର ତାହା ସାର୍ବଜନୀନ ହୋଇନଥିବାରୁ ମୃତ୍ୟୁ ରହସ୍ୟ ଘେରରେ ରହିଛି । ତେବେ କ୍ରାଇମବ୍ରାଞ୍ଚର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଦିତ୍ୟଙ୍କ ମାନସପୁତ୍ର ‘ପିପୁଲ ଫର୍ ସେବା’ ସଂଗଠନର ସଦସ୍ୟମାନେ । ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ, ଜିଆରପି ଏହାକୁ ଆତ୍ମହତ୍ୟା ବୋଲି ଦର୍ଶାଇଥିବା ବେଳେ କ୍ରାଇମବ୍ରାଞ୍ଚ ଯେନତେନ ପ୍ରକାରେଣ ମାମଲାକୁ ସାରିବାକୁ ଚେଷ୍ଟା କରିଥିଲା । ଆଦିତ୍ୟଙ୍କ ହାତଲେଖା ଡାଏରୀରେ ବିଦ୍ୟାଶ୍ରୀ ମଧ୍ୟ ଦୁଇଫର୍ଦ୍ଦ ଲେଖିଥିଲେ, ଯାହାକୁ ତଦନ୍ତର ପରିସର କରାଯାଇନାହିଁ । ତେଣୁ ଏହି ମାମଲାରେ କ୍ରାଇମବ୍ରଞ୍ଚ ସେପରି ଆଖିଦୃଶିଆ ତଦନ୍ତ କରି ନଥିବାରୁ କୋର୍ଟରେ ପ୍ରୋଟେଷ୍ଟ ପିଟିସନ ଫାଇଲ ହେବ ବୋଲି ପିପୁଲ ଫର ସେବାର ଓକିଲ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଆଦିତ୍ୟଙ୍କ ବାପା, ମାଆ ଓ ପିପୁଲ ଫର ସେବା ସଂଗଠନ ଆଦିତ୍ୟଙ୍କ ନ୍ୟାୟ ଦେବା ପାଇଁ ସୁପ୍ରିମକୋର୍ଟ ଯିବାକୁ ଅଣ୍ଟା ଭିଡ଼ିଛନ୍ତି । ଏନେଇ ସେମାନେ ୪ ଶହ ଫର୍ଦ୍ଦର ଏକ ପିଟିସନ ପ୍ରସ୍ତୁତ କରି ଓକିଲଙ୍କ ସହ ଆଲୋଚନା କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.