fbpx

ଭାରତର ପ୍ରଥମ ସୌର ମିଶନ (ଆଦିତ୍ୟ L1) ଲଞ୍ଚ ହେଲା ସଫଳ

ଶ୍ରୀହରିକୋଟା; ଭାରତର ପ୍ରଥମ ସୌର ମିଶନ (ଆଦିତ୍ୟ L1) ଲଞ୍ଚ ହେଲା ସଫଳ । ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୍‌୧’ ସୂର୍ଯ୍ୟ ମୁହାଁ ହୋଇ ଗତି କରୁଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତିଶ ଧାୱନ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ ହୋଇଛି । ପୂର୍ବ ନିର୍ଦ୍ଧାରିତ ସମୟ ମୁତାବକ ଶନିବାର ପୂର୍ବାହ୍ନ ୧୧.୫୦ ମିନିଟ୍‌ରେ ଏହା ଲଞ୍ଚ ହୋଇଛି । ଦେଶର ପ୍ରଥମ ମିଶନ ଭାବେ ଏହା ଇତିହାସ ରଚିଛି । PSLV-C57 ରେ ‘ଆଦିତ୍ୟ L1’ର ଉତ୍‌କ୍ଷେପଣ ହୋଇଛି ।

ଏହି ମିଶନ ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ୧୨୫ ଦିନ ଲାଗିବ ବୋଲି ଇସ୍ରୋ ମୁଖ୍ୟ ଏସ୍‌. ସୋମନାଥ କହିଛନ୍ତି । ଅର୍ଥାତ ୧୫ ଲକ୍ଷ କି.ମି. ଦୂରତା ଅତିକ୍ରମ କରିବାକୁ ୪ ମାସ ସମୟ ଲାଗିବ ବୋଲି ଇସ୍ରୋ ସୂଚନା ଦେଇଛି । ସୌରଜଗତର ସବିଶେଷ ତଥ୍ୟ ଯେପରି ମିଳିପାରିବ ତାକୁ ଦୃଷ୍ଟିରେ ରଖି ଏଲ୍‌-୧କୁ ବିକଶିତ କରାଯାଇଛି । ଏହାଦ୍ୱାରା ସୂର୍ଯ୍ୟର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ ସୂର୍ଯ୍ୟର ବାହ୍ୟ ସ୍ତର କରୋନା ତଥା ସୌର ବାୟୁ ଉପରେ ଅନୁଧ୍ୟାନ ପାଇଁ ଭାରତ ତଥ୍ୟ ହାସଲ କରିବ। ଏହି ସୌରଯାନ ସମ୍ପୂର୍ଣ୍ଣରୂପେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ବେଳେ ଏହା ଉପରେ ବର୍ତ୍ତମାନ ସାରା ବିଶ୍ୱର ନଜର ରହିଛି । ସେହିପରି ଏହି ମିଶନ ଲାଗି ସାରା ଭାରତବାସୀ ଉତ୍ସାହିତ ରହିଥିବା ବେଳେ ଏହାର ସଫଳତା ପାଇଁ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି ।

 

Get real time updates directly on you device, subscribe now.