fbpx
BSKY
BJD SHG SKY
BJD MC SKY

ଘରେ ଥିବା ଅଟା ଚକି ପରିବାର ଲାଗି ପାଲଟିଗଲା କାଳ, କରେଣ୍ଟ ଲାଗି ୨ ଶିଶୁ ସମେତ ୪ ଜଣ ମୃତ

ଜୟପୁର:ରାଜସ୍ତାନରେ ଏକ ଅତ୍ୟନ୍ତ ମର୍ମନ୍ତୁଦ ଘଟଣା ସାମ୍ନାକୁ ଆସିଛି । ଏଠିକାର ବାଡମେର ଜିଲ୍ଲା ଶିବଥାନା କ୍ଷେତ୍ରରେ ଶୁକ୍ରବାର ରାତ୍ରୀରେ ଘରେ ଥିବା ଅଟା ଚକିରେ କରେଣ୍ଟ ଆସି ଦୁଇ ଜଣ ଶିଶୁଙ୍କ ସହିତ ୪ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଘଟଣା ସଂପର୍କରେ ସୂଚନା ଦେଇ ରାମସର ଥାନା ପୋଲିସ କହିଛି ଆରଙ୍ଗ ଗ୍ରାମ ନିବାସୀ ଅର୍ଜୁନ ସିଂହଙ୍କ ଘରେ ଅଟାଚକିରେ କରେଣ୍ଟ ଲାଗି ଅର୍ଜୁନଙ୍କ ପତ୍ନୀ ଛେଲୁ କଅଁର (୨୩) , ତାଙ୍କର ଅଢେଇ ବର୍ଷ ଓ ଅନ୍ୟ ଜଣେ ବର୍ଷକର ଛୋଟ ଶିଶୁ ଓ ଶ୍ୱଶୁର ହଠେ ସଂହ (୫୫)ଙ୍କ ମୃତ୍ୟୁ ହୋଇଯାଇଛି ।
ମିଳିଥିବା  ସୂଚନାରୁ ଜଚ୍ଚାପଡିଛି ମା’କୁ କରେଣ୍ଟ ଲାଗିବା ପରେ ଛୋଟ ପିଲା ଦୁଇଟି ମା’ ନିକଟକୁ ଚାଲି ଆସିବାରୁ ସେମାନଙ୍କୁ ମଧ୍ୟ କରେଣ୍ଟ ଲାଗିଥିଲା । ଏମାନଙ୍କୁ ବଞ୍ଚାଇବା ଲାଗି ହଠେସିଂହ ଚାଲିଆସିବାରୁ ସେ ବି ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ । ଏହି ଘଟଣା ସମୟରେ ଘରର ମୂରବୀ ଅର୍ଜୁନ ସିଂହ ବାହାରେ ଥିଲେ । ପୋଲିସ ଏବେ ପୁରା ଘଟଣାର ଯାଞ୍ଚ କରୁଛି ।

Get real time updates directly on you device, subscribe now.