fbpx
BSKY
BJD SHG SKY
BJD MC SKY

ଅଗ୍ନିଶମ ବିଭାଗରେ ଖାଲିପଡିଛିି ଅନେକ ପଦବୀ : ୧୦ମ ପାସ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଭୁବନେଶ୍ୱର : ଯୁବପିଢିଙ୍କ ପାଇଁ ଆସିଛି ଖୁସି ଖବର । ୧୦ମ ପାସର ବ୍ୟକ୍ତିଙ୍କ ପାଇଁ ଏବେ ସୂବର୍ଣ୍ଣ ସୁଯୋଗ । ଓଡ଼ିଶାର ଅଗ୍ନିଶମ ବିଭାଗରେ ଖାଲିପଡିଛି ୯୪୧ ପଦବୀ । ଓଡିଶାରେ ଫାୟାରମ୍ୟାନ ଏବଂ ଡ୍ରାଇଭର ପଦବୀ ରହିଛି ଖାଲି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଡ www.odishafshgscd.gov.in କୁ ଯାଇ ଆବେଦନ କରି ପାରିବେ ।

ପଦବୀ ବିବରଣୀ : ୯୪୧

ଫାୟାରମ୍ୟାନ : ୮୨୬

ଫାୟାରମ୍ୟାନ ଡ୍ରାଇଭର : ୧୧୫

ଜରୁରୀ ତାରିଖ : ଆବେଦନ ତାରିଖ ସେପ୍ଟେମ୍ବର ୧ରୁ ଆରମ୍ଭ ହେଉଥିବା ବେଳେ ଶେଷ ୩୦ ସେପ୍ଟେମ୍ବର ୨୦୨୩ରେ ରହିବ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାଥୀ ୧୦ମ କିମ୍ବା ଯୁକ୍ତ ୨ ପାସ୍ କରିଥିବା ଜରୁରୀ । ଯେଉଁମାନେ ଡ୍ରାଇଭର ପଦବୀ ପାଇଁ ଆବେଦନ କରିବେ ସେମାନଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ଥିବା ଜରୁରୀ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୯ରୁ ୨୫ ବର୍ଷ ମଧ୍ୟରେ ହେବା ଜରୁରୀ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୧୯,୯୦୦ ଟଙ୍କା ଦରମା ମିଳିବ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଶାରୀରିକ ଦକ୍ଷତା, ଡକ୍ୟୁମେଣ୍ଟ ଭେରିଫିକେସନ ଜରିଆରେ ହେବ ।

ପରୀକ୍ଷା : ପ୍ରାର୍ଥୀଙ୍କୁ ୧୦୦ ମାର୍କର ପରୀକ୍ଷା ଦେବାକୁ ହେବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ମାର୍କ ରହିବ । ୨ ଘଣ୍ଟା ପାଇଁ ପରୀକ୍ଷା ହେବ ।

କିପରି କରିବେ ଆବେଦନ :

ପ୍ରଥମେ ଅଫିସିଆଲ ୱେବସାଇଟ୍ www.odishafshgscd.gov.in କୁ ଯାଇ ଚେକ୍ କରନ୍ତୁ ।
ତା’ ପରେ ଓଡିଶା ଫାୟାରମ୍ୟାନ ରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ୍ କରନ୍ତୁ ।
ରେଜିଷ୍ଟ୍ରେନ କରିବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ ।
ଏହାପରେ ନିଜର ଆବଶ୍ୟକ ଡକ୍ୟୁମେଣ୍ଟକୁ ଅପଲୋଡ କରି ଆବେଦନ ଶୁଳ୍କ ଭରନ୍ତୁ ।
ସବୁ ସବମିଟ୍ କରିବା ପରେ ଫର୍ମର ପ୍ରିଣ୍ଟଆଉଟ୍ କାଢି ନିଜ ପାଖରେ ରଖନ୍ତୁ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଯାଞ୍ଚ କରନ୍ତୁ :

Odisha Fireman Recruitment 2023 for 941 Fireman & Driver Posts

Get real time updates directly on you device, subscribe now.