fbpx

ପଇସା ରୋଜଗାର କରିବାର ସ୍ମାର୍ଟ ଉପାୟ , ଭିଡିଓ ଦେଖି ଆପଣ ବି ଆପଣାଇ ପାରିବେ

ସୋସିଆଲ ମିଡିଆରେ ଏବେ ଏକ ଭିନ୍ନ ପ୍ରକାରର ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ଏକ ସ୍ୱତନ୍ତ୍ର ପ୍ରକାରର କାର୍ଯ୍ୟ ସଂପନ୍ନ କରୁଥିବାର ଦେଖିବାକୁ ମିଳୁଛି । ଏହା ଏପରି ଏକ କାମ ଯାହା ବିଷୟରେ କେହି କେବେ ଭାବି ବି ନ ଥିବେ । ଭିଡିଓରେ ଦେଖିବାକୁ ମିଳୁଛି ବ୍ୟକ୍ତି ଜଣକ ଲୋକଙ୍କୁ ସଡକ ପାର କରାଉଛନ୍ତି ଓ ପ୍ରତି ବଦଳରେ ସେମାନଙ୍କ ଠାରୁ ପଇସା ନେଉଛନ୍ତି । ଭିଡିଓରେ ସଡକରେ ପାଣି ଭରି ରହିଥିବାର ଦେଖିବାକୁ ମିଳୁଛି । ଲୋକମାନେ ସେମାନଙ୍କ ଡ୍ରେସ ଖରାପ ହୋଇଯିବାର ଭୟ କରି ପାଣିକୁ ଯାଉ ନାହାନ୍ତି ।

ବ୍ୟକ୍ତି ଜଣକ ଚକ ଲାଗିଥିବା ଟ୍ରଲି ପରି ଏକ ଜିନିଷ ନିଜ ପାଖରେ ରଖିଛନ୍ତି ଓ ସେଥିରେ ଲୋକଙ୍କୁ ଛିଡା କରି ରାସ୍ତାର ଅନ୍ୟପଟଳୁ ନେଇ ଯାଉଛନ୍ତି । ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଏନେଜେଟର ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ଭିଡିଓଟିକୁ ଏ ପର୍ଯ୍ୟନ୍ତ ୧୧୯ ହଜାର ଲୋକ ଦେଖି ସାରିଲେଣି ଓ ଏହା ଉପରେ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେବାରେ ଲାଗିଛନ୍ତି ।

Get real time updates directly on you device, subscribe now.