ଘରେ ଘରେ Adult Film, ଏହି ଦେଶରେ ଅଧିକ Porn ଦେଖୁଛନ୍ତି ଲୋକେ: ଛୋଟ ପିଲା ବି ସାମିଲ

ଏହି ଦେଶରେ ଅଧିକାଂଶ ଲୋକେ ପର୍ଣ୍ଣ ଦେଖିବାକୁୁ ପସନ୍ଦ କରୁଛନ୍ତି, ପିଲାରୁ ବୁଢା ସମସ୍ତଙ୍କର ରହିଛି ଅଭ୍ୟାସ

ନୂଆଦିଲ୍ଲୀ: ଇଣ୍ଟରନେଟ ବର୍ତ୍ତମାନ ସବୁକିଛି ସହଜ କରିଦେଇଛି । ହାତ ପାହାନ୍ତାରେ ବ୍ରହ୍ମାଣ୍ଡର ଟିକନିକ ଖବର ପାଉଛି ମଣିଷ । କିନ୍ତୁ ରାତି ହେଲେ ଭୟଙ୍କର ପାଲଟୁଛି ଏହି ଇଣ୍ଟରନେଟ । ଯୁବପିଢୀଙ୍କୁ ଟାଣି ନେଉଛି କଳା ଦୁନିଆକୁ । ଘରେ ଘରେ ଆରମ୍ଭ ଦେଖାଯାଉଛି Adult Film ।

ଇଣ୍ଟରନେଟ ଜରିଆରେ Adult Content ବା Pornography ବର୍ତ୍ତମାନ ନିଜ ଦଖଲ ମଜବୁତ କରିସାରିଛି । ବିଭିନ୍ନ ସାଇଟ୍ ଦେଇ ଘରେ ଘରେ ପହଞ୍ଚିଲାଣି ଏହି ଭିଡିଓ ବା କଣ୍ଟେଣ୍ଟ । ବିଶେଷ କରି ଯୁବପିଢୀଙ୍କୁ ଶିକାର କରୁଛି ପର୍ଣ୍ଣୋଗ୍ରାଫି ।

ପିଲା ବି ହେଉଛନ୍ତି ଶିକାର: ରିପୋର୍ଟ ଅନୁସାରେ, ୧୧-୧୬ ବର୍ଷ ବୟସର ପିଲା ମଧ୍ୟ ଏହାପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି । ଏହି ବୟସ ବର୍ଗର ପ୍ରାୟ ୫୩ ପ୍ରତିଶତ ପିଲା ପର୍ଣ୍ଣ ଦେଖିବାରେ ବ୍ୟସ୍ତ ରହୁଛନ୍ତି । ତେବେ ଫିଲାିପାଇନ୍ସରେ ଏହାର ପରିମାଣ ଖୁବ ଅଧିକ ରହିଛି ।

ପର୍ଣ୍ଣ ପ୍ରତି ଅଧିକ ଦୁର୍ବଳତା: ୨୦୨୩ରେ ସବୁଠାରୁ ଅଧିକ ପର୍ଣ୍ଣ ଦେଖିଥିବା ଦେଶ ତାଲିକାରେ ଶୀର୍ଷରେ ରହିଛି ଫିଲିପାଇନ୍ସ । ଏହି ରିସର୍ଚ୍ଚରୁ ଜଣାଯାଇଛି ଯେ, ୨୦୨୧ରେ ଅନ୍ୟ ଦେଶମାନଙ୍କ ତୁଳନାରେ ଏହି ଦେଶର ଲୋକେ ଅଧିକ ପର୍ଣ୍ଣ ଦେଖିଛନ୍ତି ।

ଜାପାନ, ଫ୍ରାନ୍ସ, ନେଦରଲାଣ୍ଡ, ୟୁକ୍ରେନ ଅପେକ୍ଷା ଏଠାକାର ଲୋକେ ପର୍ଣ୍ଣ ଦେଖିବାରେ ଅଧିକ ସମୟ ବିତାଉଛନ୍ତି । ଇଣ୍ଟରନେଟରେ ପ୍ରତି ଭିଜିଟରୁ ପ୍ରାୟ ୧୧.୩୧ ମିନିଟ ପର୍ଣ୍ଣ ଫିଲ୍ମ ଦେଖୁଥିବା ଜଣାଯାଇଛି ।

ପୋଲାଣ୍ଡ: ରିପୋର୍ଟ ଅନୁସାରେ, ପର୍ଣ୍ଣ ଫିଲ୍ମ ଦେଖିବା ମାମଲାରେ ୨୦୨୩ରେ ଦ୍ୱିତୀୟ ସ୍ଥାନରେ ରହିଛି ପୋଲାଣ୍ଡ । ୧୯୯୮ ମସିହାରେ ଏଠାରେ ପର୍ଣ୍ଣୋଗ୍ରାଫିକୁ ମାନ୍ୟତା ମିଳିସାରିଛି । ତେବେ ୧୫ ବର୍ଷରୁ କମ୍ ବୟସର ପିଲାଙ୍କୁ ଯୌନ ସମ୍ବନ୍ଧୀୟ ଜିନିଷ ଦେବା କିମ୍ବା ଦେଖାଇବା ବେଆଇନ୍ ରହିଛି ।

ଭାରତରେ କେତେ Pornography: ପର୍ଣ୍ଣ ଦେଖିବା ମାମଲାରେ ଭାରତର ନାଗରିକ ମଧ୍ୟ ଖୁବ ଆଗରେ ରହିଛନ୍ତି । ପର୍ଣ୍ଣ ଦେଖୁଥିବା ଟପ୍ ୩୦ ଦେଶ ମଧ୍ୟରେ ଭାରତ ତୃତୀୟ ସ୍ଥାନରେ ରହିଛି । ଦେଶରେ ବୃଦ୍ଧି ପାଉଥିବା ଯୌନ ଅପରାଧ ପାଇଁ ମଧ୍ୟ ପର୍ଣ୍ଣୋଗ୍ରାଫି ଏକ ବଡ଼ କାରଣ ବୋଲି କୁହାଯାଉଛି ।

ଆମେରିକା: ୨୦୨୪ରେ ହୋଇଥିବା ଏକ ଷ୍ଟଡିରୁ ଜଣାଯାଇଛି ଯେ, ଆମେରିକାରେ ପର୍ଣ୍ଣ ଦେଖୁଥିବା ଲୋକଙ୍କ ସଂଖ୍ୟା ସର୍ବାଧିକ । ଏଠାକାର ଲୋକେ ସବୁଠାରୁ ଅଧିକ (୩୧୭୧ ମିଲିୟନ୍ ଲୋକେ) ପର୍ଣ୍ଣ ହବ୍ ସାଇଟକୁ ଭିଜିଟ କରିଛନ୍ତି ।

ଆମେରିକା ବ୍ୟତୀତ ଇଣ୍ଡୋନେସିଆରେ ୭୬୫ ମିଲିୟନ୍ ଲୋକେ ପର୍ଣ୍ଣହବ୍ ସାଇଟକୁ ଆସିଛନ୍ତି । ଏହାପରେ ବ୍ରାଜିଲ, ଫ୍ରାନ୍ସ, ଫିଲିପାଇନ୍ସ, ଜାପାନ ଏବଂ କାନାଡ଼ା ମଧ୍ୟ ତାଲିକାରେ ରହିଛନ୍ତି ।

ଏହି ତାଲିକାରେ ନବମ ସ୍ଥାନରେ ରହିଥିଲା ଭାରତ । ଦେଶରେ ପ୍ରାୟ ୨୮୪ ମିଲିୟନ୍ ଲୋକେ ପର୍ଣ୍ଣହବ୍ ସାଇଟକୁ ଭିଜିଟ କରିଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ।