ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ପ୍ରଥମ ସେମି ଫାଇନାଲ ମ୍ୟାଚରେ ଫସିଛି ଆଫଗାନିସ୍ତାନ । ଦକ୍ଷିଣ ଆଫ୍ରିକାର ବୋଲିଂ ଆଟାକ ଆଗରେ ସମ୍ପୂର୍ଣ୍ଣ ରୂପେ ଫେଲ ହୋଇଛି ରାଶିଦ ସେନା । ଆଫଗାନିସ୍ତାନର ବ୍ୟାଟିଂ ବିପର୍ଯ୍ୟୟର କାରଣ ପାଲଟିଛି ଦକ୍ଷିଣ ଆଫ୍ରିକାର ଖତରନାକ ପେସ୍ ଆଟାକ । ସେମି ଫାଇନାଲ ମ୍ୟାଚରେ ମାତ୍ର ୫୬ ରନରେ ଆଲ ଆଉଟ ହୋଇଛି ଆଫଗାନିସ୍ତାନ । ବର୍ତ୍ତମାନ ଦକ୍ଷିଣ ଆଫ୍ରିକାକୁ ଫାଇନାଲ ଟିକେଟ ହାସଲ କରିବା ପାଇଁ ମାତ୍ର ୫୭ ରନର ବିଜୟ ଲକ୍ଷ୍ୟ ରହିଛି ।
ଆଫଗାନିସ୍ତାନ ଅଧିନାୟକ ରାଶିଦ ଖାନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ଦଳ ଉପରେ ଭାରୀ ପଡ଼ିଛି । ଦକ୍ଷିଣ ଆଫ୍ରିକାର ବୋଲିଂ ୟୁନିଟ ଆଗରେ ଫିକା ପଡ଼ିଛି ଆଫଗାନିସ୍ତାନର ବ୍ୟାଟିଂ ଡିପାର୍ଟମେଣ୍ଟ । ଦକ୍ଷିଣ ଆଫ୍ରିକାର ଘାତକ ବୋଲିଂ(୧୧.୫ ଓଭର) ଆଗରେ ଆଫଗାନିସ୍ତାନର ସମ୍ପୂର୍ଣ୍ଣ ଟିମ୍ ମାତ୍ର ୫୬ ରନରେ ଅଲଆଉଟ ହୋଇ ପାଭିଲିୟନ୍ ଫେରୁଛି । ଅଜମାତୁଲ୍ଲାହ ଉମରଜାଇଙ୍କ ବ୍ୟତୀତ ଅନ୍ୟ କୌଣସି ଆଫଗାନୀ ବ୍ୟାଟର ଦୁଇ ଅଙ୍କ ମଧ୍ୟ ଛୁଇଁ ପାରିନାହାନ୍ତି । ତେବେ ଉମରାଜାଇ ସର୍ବାଧିକ ୧୦ ରନ୍ କରିଥିବା ବେଳେ ଗୁଲବଦିନ ନାଏବ ୯ ରନ୍ କରି ପାଭିଲିୟନ୍ ଫେରିଛନ୍ତି ।
INNINGS CHANGE! 🔁
Not the batting display #AfghanAtalan wanted to put on in the Semi-Final as they only posted 56 runs on the board in the first inning. 👍#T20WorldCup | #AFGvSA | #GloriousNationVictoriousTeam pic.twitter.com/RlcciMhXVH
— Afghanistan Cricket Board (@ACBofficials) June 27, 2024
ତେବେ ଦକ୍ଷିଣ ଆଫ୍ରିକା ତରଫରୁ ମାକ୍ରୋ ଜାନସେନ ଏବଂ ତବରେଜ ସାମ୍ସି ୩ଟି ୱିକେଟ ଲେଖାଏଁ ହାସଲ କରିଥିବା ବେଳେ କାଗିସୋ ରାବାଡା ଏବଂ ଏନରିକ ନୋକିଆ ୨ଟି ଲେଖାଏଁ ସଫଳତା ହାସଲ କରିଛନ୍ତି । ତେବେ ଦକ୍ଷିଣ ଆଫ୍ରିକା ସାମନାରେ ମାତ୍ର ୫୭ ରନର ବିଜୟ ହାସଲ କରିବା ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିବ । ତେବେ ଉଭୟ ଦଳ ପାଇଁ ପ୍ରଥମ ଥର ଫାଇନାଲ ଖେଳିବାର ସୁଯୋଗ ରହିଥିଲେ ମଧ୍ୟ ଆଫଗାନିସ୍ତାନ ଏଥିରୁ ଦୂରେଇ ଯାଉଥିବା ମନେ ହେଉଛି ।