fbpx
BJD SKY
BJD SKY

ଖାଦ୍ୟ ପାଇବାକୁ ଟିଭି, ଫ୍ରିଜ୍, ସୋଫା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଆଫଗାନିସ୍ତାନ ନାଗରିକ

BJD

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ କବଜା କରିବା ପରେ ତାଲିବାନି ମାନେ ଆଫଗାନୀ ମାନଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଛନ୍ତି । ସେମାନଙ୍କ ମନମାନୀ ଶାସନ ଚଳାଇଛନ୍ତି । ଦୀର୍ଘ ଦିନ ଧରି ଯୁଦ୍ଧ ପରିସ୍ଥିତି ଲାଗି ରହିଥିବାରୁ ଦେଶଷର ବର୍ତ୍ତମାନ ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହିତ ଅନ୍ୟ ଦେଶ ମାନଙ୍କରୁ ଆମଦାନୀ ରପ୍ତାନୀ ବନ୍ଦ ହୋଇଯାଇଛି । କେବଳ ତାଲିବାନିଙ୍କୁ ସମର୍ଥନ କରୁଥିବା ଦେଶ ହିଁ ଆଫଗାନିସ୍ତାନ ସହିଦତ ବନ୍ଧୁତ୍ୱ ବଜାୟ ରଖିଛନ୍ତି ।

ତେବେ ଏବେ ଦେଶରେ ଖାଦ୍ୟ ଅଭାବ ଦେଖାଦେଇଛି । ସେଠାକାର ନାଗରିକ ମାନେ ଏବେ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି । ଅନେକ ସଂଖ୍ୟାରେ ଲୋକ ଦେଶରେ ବେରୋଜଗାର ଓ ଗରିବ ଶ୍ରେଣୀକୁ ଚାଲି ଗଲେଣି । ଦେଶର ସାଧାରଣ ନାଗରିକ ଏବେ ଘରର ଦାମୀ ଜିନିଷ ତଥା ଆସବାବପତ୍ର ଠାରୁ ଆରମ୍ଭ କରି ଟିଭି ଫ୍ରିଜ୍ କୁ ବିକ୍ରି କରୁଛନ୍ତି । ଯେଉଁଠାରେ ସାପ୍ତାହିକ ବଜାର ବସୁଥିଲା ଏବେ ସେହି ବଜାରରେ ଆସବାବପତ୍ର ବିକ୍ରି ହେଉଛି ।

ଏହି ପରିପ୍ରେକ୍ଷୀରେ ଜଣେ ବ୍ୟକ୍ତି କହିଛନ୍ତି ଯେ, “ମୁଁ ନିଜର ଅଧା ଜିନିଷ ବିକ୍ରି କରିଛି ତାହା ବି ପୁଣି ଅଧା ଦାମ୍ ରେ । ୨୫ହଜାର ଟଙ୍କାର ରେଫ୍ରିଜରେଟର୍ କୁ ୫ହଜାର ଟଙ୍କାରେ ବିକ୍ରି କରିବାକୁ ପଡ଼ିଲା । ମୁଁ କଣ କରି ପାରିବି? ମୋ ପିଲା ମାନଙ୍କୁ ରାତିରେ ଖାଇବା ଦରକାର” । ସେଠାକାର ପରିସ୍ଥିତି ଏବେ ଖୁବ୍ ଜଟିଳ ରହିଛି । କାହା ପାଖରେ ଚାକିରୀ ନାହିଁ ତ କିଏ ଖାଇବାକୁ ପାଉନାହାନ୍ତି ।

Get real time updates directly on you device, subscribe now.